ନୂଆଦିଲ୍ଲୀ : ଆଜି ହେଉଛି ମହାମାୟାଙ୍କର ମହାନବମୀ । ଆଶ୍ବିନ ମାସ ଶୁକ୍ଳ ପକ୍ଷର ନବମୀ ଦିନରେ ମହାନବମୀ ଉପବାସ ରଖାଯାଏ । ଆଜିର ଦିନରେ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ସହ କନ୍ୟା ପୂଜନର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ମାଙ୍କୁ ପୂଜା କରିବାର ପୂଜା ବିଧି । ତେବେ ୨୨ ଅକ୍ଟୋବର ୫ଟା ୨୫ ମିନିଟରୁ ଆରମ୍ଭ ହୋଇ ଆଜି ୩ଟା ୧୦ ମିନିଟ ଯାଏଁ ମାଙ୍କୁ ଆରାଧନା ଲାଗି ଶୁଭ ସମୟ ରହିଛି । ସେହିପରି ୨୨ ଅକ୍ଟାବର ରାତି ୬ଟା ୨୭ ମିନିଟରୁ ଆଜି ରାତି ୬ଟା ୨୭ରୁ ୭ଟା ୩୦ ମଧ୍ୟରେ କନ୍ୟା ପୂଜନ କରିବାର ଶୁଭ ମୁହୁର୍ତ୍ତ ରହିଛି । ସୋମବାର ସକାଳ ୭ଟା ୩୦ରୁ ୯ଟା ମଧ୍ୟରେ ରାହୁକାଳ ରହିବ , ତେଣୁ ଏପରି ପରିସ୍ଥିତିରେ କନ୍ୟା ପୂଜନ ଶୁଭ ବିବେଚନା କରାଯାଏନାହିଁ ।
ପୁରାଣ କଥାବସ୍ତୁ ଅନୁଯାୟୀ ଭଗବାନ ଶିବ ମା ସିଦ୍ଧିଦାତ୍ରୀଙ୍କୁ ତପସ୍ୟା କରି ଅଷ୍ଟ ସିଦ୍ଧି ପ୍ରାପ୍ତ କରିଥିଲେ । ସେହିଭଳି ରୀତିନୀତି ଅନୁଯାୟୀ ମା’ଙ୍କୁ ପୂଜା କରି ମନ୍ତ୍ର ପାଠ କରି ଜଣେ ଅଷ୍ଠସିଦ୍ଧ ଏବଂ ଜ୍ଞାନ ହାସଲ କରିପାରିବ । ତେବେ ମାଆ ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ପାଇଁ, ସକାଳୁ ଉଠି ଗାଧୋଇ ଭଲ ପୋଷାକ ପିନ୍ଧି ମାତା ଦେବୀଙ୍କ ପୂଜା ସ୍ଥାନ ପ୍ରସ୍ତୁତ କରନ୍ତୁ । ପରେ ମା ସିଦ୍ଧିଦାତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ । ଏବଂ ମାତା ଙ୍କୁ ଫଳ, ଫୁଲ ଇତ୍ୟାଦି ଅର୍ପଣ କରନ୍ତୁ । ଏବଂ ମାଆଙ୍କର ଆରତୀ କରନ୍ତୁ । ଶେଷରେ ମା ସିଦ୍ଧିଦାତ୍ରୀଙ୍କ ଆଶୀର୍ବାଦ ନେଇ ପୂଜାକୁ ଶେଷ କରନ୍ତୁ ।
Comments are closed.