Latest Odisha News

BREAKING NEWS

ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ଵାରା ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ’ ଉଦ୍‌ଘାଟିତ

ପ୍ରଦର୍ଶିତ ହେଲା ଦେବୀ ଦୂର୍ଗାଓ ନାରୀ ଶକ୍ତି ଉପରେ ଆଧାରିତ ୫୦ଟି ଚିତ୍ରକଳା

ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶାରଦୀୟ ଦୁର୍ଗାପୂଜା ଅବସରରେ ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ ‘ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଏକାଡେମୀ ଦ୍ଵାରା ସଂରକ୍ଷିତ ଦେବୀ ଦୁର୍ଗା ଓ ନାରୀ ଶକ୍ତି ଉପରେ ଆଧାରିତ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ୫୦ ଟି ସୃଜନଶୀଳ ଚିତ୍ରକଳା ପ୍ରଦର୍ଶିତ ହୋଇଛି ।

ଏକାଡ଼େମୀର ସଚିବ ପଞ୍ଚାନନ ସାମଲଙ୍କ ଅତିଥି ପରିଚୟ ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀକୁ ବରିଷ୍ଠ ନାରୀ ଶିଳ୍ପୀ ଜ୍ୟୋତିମୟୀ ମହାନ୍ତି,ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା, ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ତାଙ୍କ ସହ ବରିଷ୍ଠ ଚିତ୍ର ଶିଳ୍ପୀ ଚନ୍ଦ୍ରଶେଖର ମହାରଣା ,ଅଶୋକ ପଟ୍ଟନାୟକ ,ଜୟଶ୍ରୀ ଜେନା, ରବୀନ୍ଦ୍ର କୁମାର ମହାରଣା, ନରୋତ୍ତମ ଦାସ ପ୍ରମୁଖ ଏହି ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।
ଦେବୀ ଦୁର୍ଗା, ନାରୀ ଶକ୍ତି ଏବଂ ନାରୀ ମନସ୍ତତ୍ଵକୁ ନେଇ ପ୍ରଦର୍ଶିତ ଚିତ୍ର ଗୁଡିକ ଦର୍ଶକଙ୍କୁ ପ୍ରଭାବିତ କରିବା ସହିତ ସମାଜକୁ ଏକ ସୁବାର୍ତ୍ତା ଦେଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

ଏହି ପ୍ରଦର୍ଶନୀ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧ଟା ରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶକ ପାଇଁ ଖୋଲା ରହିବ ।

 

Leave A Reply

Your email address will not be published.