Latest Odisha News

BREAKING NEWS

ଗଞ୍ଜାମରେ କେମିତି ପାଳିବେ ଦୁର୍ଗା ପୂଜା? ଆସିଲା ଗାଇଡଲାଇନ୍‌

ଗଞ୍ଜାମ: ଚଳିତ ବର୍ଷ କରୋନା ମହାମାରୀ ଭିତରେ ପାଳନ ହେବ ଦଶହରା । ତେବେ ଗଂଜାମରେ କେମିତି ହେବ ଦୁର୍ଗା ପୂଜା । ଏଥିପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଗଂଜାମ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ପାଳିତ ହେବାକୁ ଥିବା ଦୁର୍ଗାପୂଜା, କାଳୀପୂଜା ଓ ଅନ୍ୟାନ୍ୟ ପୂଜା ଲାଗି ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଏହି ନିର୍ଦ୍ଦେଶନାମା ଆସିଛି ।

ଏହି ନିର୍ଦ୍ଦେଶନାମା ଅନୁସାରେ, ଦୁର୍ଗାପୂଜା ମଣ୍ଡପରେ ପାଳନ କରିବା ଲାଗି ସଂପୃକ୍ତ ଅଚଂଳର ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ଆଣିବାକୁ ପଡିବ । ପୂଜାମଣ୍ଡପ ଓ ପେଣ୍ଡାଲଗୁଡିକୁ ଆବୃତ କିମ୍ବା ବନ୍ଦ କରି ରଖିବାକୁ ପଡିବ । ମୂର୍ତିର ଉଚ୍ଚତା ରହିବ ୪ ଫୁଟ ରହିବ।

ଭକ୍ତ କିମ୍ବା ଲୋକଙ୍କୁ ଠାକୁର ଦର୍ଶନକୁ ବାରଣ କରାଯାଇଛି । ପୂଜା ବେଳେ ଡାକବାଜିଯନ୍ତ୍ର ବ୍ୟବହାର ହୋଇପାରିବ ନାହିଁ । ପୁରୋହିତ, ଆୟୋଜକଙ୍କୁ ମିଶାଇ ମୋଟ ୭ ଜଣ ବ୍ୟକ୍ତି ପୂଜା ମଣ୍ଡପ ନିକଟରେ ରହିବେ । ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ଦିଆଯିବନାହିଁ । ମୂର୍ତିଗୁଡିକୁ କୁତ୍ରିମ ପୋଖରୀରେ ବିସର୍ଜନ କରାଯିବ । ସେହିଭଳି ମନୋରଞ୍ଜନଧର୍ମୀ ଓ ମ୍ୟୁଜିକାଲ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ । ଏହି ନିର୍ଦ୍ଦେଶନାମାର ବିରୁଦ୍ଧାଚରଣ କଲେ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.