Latest Odisha News

ଦଶହରାରେ ପରଦାକୁ ଆସୁଛି ଓଡିଆ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’

ଶାରଦୀୟ ଦୁର୍ଗାପୂଜା ଅବସରରେ ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ ବଡ ପରଦାରେ ରିଲିଜ ହେବାକୁ ଯାଉଛି ।

କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଓ ଝିଲିକ୍, ସ୍ୱରାଜ ଓ ଏଲିନା ନଜର ଆସୁଛନ୍ତି ।

ଦର୍ଶକମାନେ ପରଦାରେ ସ୍ୱରାଜ ଓ ଏଲିନାଙ୍କ ସମେତ ସିଦ୍ଧାର୍ଥ ମହାପାତ୍ର ଓ ଝିଲିକଙ୍କୁ ରୋମାନ୍ସ କରିଥିବା ଦେଖିବାକୁ ପାଇବେ ।

“ଆଜି ଠାରୁ ତୁ ମୋର”, “ତୁ ହେଇଯା ଗୋଟେ ସ୍ମାର୍ଟଫୋନ୍” ଏବଂ “ଫାଷ୍ଟ ଟାଇମ୍ କାଇଁ ଫଇଲ୍ ହେଲା” ଭଳି ହିଟ୍ ଗୀତ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବ । ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ “ଯେତେ ଗୋଟି ପୁରୁଷ କୁ” ଗୀତକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିପାରିଛି ।

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସୁଶାନ୍ତ ମଣି ତୁଲାଇଥିବା ବେଳେ ପ୍ରଯୋଜକ ଭାବେ ରହିଛନ୍ତି ସିୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ୍ ।

‘ସବୁ ମାୟାରେ ବାୟା’ ବ୍ୟତିତ ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଅନ୍ୟତମ ଓଡିଆ ଚଳଚ୍ଚିତ୍ର ‘ମି. ମଜନୁ’ । ତରଙ୍ଗ ସିନେ ପ୍ରଡକ୍ସନ ନିବେଦିତ ଏହି ଫିଲ୍ମରେ ଚକଲେଟ୍ ବୟ ବାବୁସାନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି ତିନି ନାୟିକା ।

Leave A Reply

Your email address will not be published.