Latest Odisha News

BREAKING NEWS

ମଣ୍ଡପେ ମା’ ଦଶଭୁଜା: ଦୃଷ୍ଟି ଆକର୍ଷଣ କରୁଛି ତୋରଣ ସାଙ୍ଗକୁ ମେଢ ସଜା

ଭୁବନେଶ୍ବର: ମଣ୍ଡପେ ବିରାଜିତ ହୋଇଛନ୍ତି ମା ଦଶଭୂଜା । ଆଜି ପୀଠରେ ମହାଅଷ୍ଟମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାସପ୍ତମୀ ପୂଜା ରହିଛି। ମା’ଙ୍କର ଚକ୍ଷୁଦାନ ନୀତି ସମ୍ପର୍ଣ୍ଣ ହୋଇଛି । ମା’ ଆଖି ପଡିବା ମାତ୍ରେ ଧାରାପୃଷ୍ଠରୁ ନାଶ ହୋଇଛି ସବୁ ପାପ । ,ଥିପାଇଁ ଚଳଚଞ୍ଚଳ ଗାଁଠୁ ସହର ।

ସେପଟେ ଦ୍ବୈତ ନଗରୀ ମଧ୍ୟ ଉତ୍ସବ ମୁଖର । ରାଜଧାନୀ ଭୁବନେଶ୍ଵର ସମେତ କଟକରେ ଛଲସୁଛି ମେଢ ସାଙ୍ଗକୁ ତୋରଣ । କଟକରେ ସୁନା ଚାନ୍ଦି ମେଢରେ ମାଆଙ୍କ ମୂର୍ତ୍ତି ସଜ୍ଜିତ ହୋଇଥିବା ବେଳେ ରାଜଧାନୀରେ ଅଟକାଇ ଦେଉଛି ତୋରଣର ଆକର୍ଷଣ ।

ରାଜଧାନୀରେ ସୁଉଚ୍ଚ ତୋରଣରେ ଝଲସୁଛି ଭାରତୀୟ କାରୁକାର୍ଯ୍ୟ ଓ ସଂସ୍କୃତି । ତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୀନା ବଜାର ଆହୁରି ଭିଡ ଜମାଉଛି । ଯାହାକୁ ଖୁବ୍ ଆନନ୍ଦର ସହ ଉପଭୋଗ କରୁଛନ୍ତି ରାଜଧାନୀ ବାସୀ ।

ରସୁଲଗଡରେ ପ୍ରତିଫଳିତ ହେଉଛି ଗୁଜୁରାଟର ସ୍ବାମୀନାରାୟଣ ମନ୍ଦିର ।

ଝାରପଡାରେ ଝଲସୁଛି ‘ଇମ୍ଫେରିଆଲ ପାଲେସ୍’ ।

ଚକେଇସିହାଣୀରେ ପଶ୍ଚିମବଙ୍ଗର ବେଲୁର ମଠ ।

ଭିଏସଏସନଗରରେ ଡୋଲ ତୋରଣ ।

ବୋମିଖାଲରେ ନିହାଣ ମୁନରେ ଛିଡା ହୋଇଛି ‘କାଳ୍ପନିକ ମହଲ’ ।

ଲକ୍ଷ୍ମୀସାଗରରେ ରାଜସ୍ଥାନର ପଦ୍ମାବତୀ ପାଲେସ୍ ।

ନୟାପଲ୍ଲୀରେ ମନ ଲୋଭାଉଛି ‘ମନ ମହଲ’ ।

ଏଥରର ସହିଦନଗର ମୁଖ୍ୟ ଆକର୍ଷଣ କାଳ୍ପନିକ ଡିସନି ଲାଣ୍ଡ ।

Leave A Reply

Your email address will not be published.