Latest Odisha News

BREAKING NEWS

ମୟୂରଭଞ୍ଜର ୧୯୪ ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା

ମୟୂରଭଞ୍ଜ : ଆସନ୍ତାକାଲିଠୁ ମଣ୍ଡପରେ ଆରମ୍ଭ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ବିଲ୍ବବରଣ ପରେ ମା’ଙ୍କ ଆବାହନ କରାଯିବ । ତେବେ ମୟୂରଭଞ୍ଜରେ ଚଳିତ ବର୍ଷ ନିରାଡ଼ମ୍ବର ସହକାରେ ଏବଂ କୋଭିଡ କଟକଣା ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଓ ଦଶହରା ପର୍ବର ଆୟୋଜନ କରାଯାଇଛି । ଜିଲ୍ଲାରେ ଏଥର ବାରିପଦା ସଦର ଥାନା ଓ ମହୁଲଡିହା ଥାନା ବ୍ୟତିତ ଅବଶିଷ୍ଟ ୨୮ଟି ଥାନା ଅଞ୍ଚଳରେ ୧୯୪ଟି ପୂଜା ମଣ୍ଡପରେ ନିରାଡ଼ମ୍ବରରେ ପାଳନ ହେବ ମା’ଙ୍କ ଶାରଦୀୟ ପୂଜା ।

ଚଳିତ ବର୍ଷ ଜିଲ୍ଲାର ବାରିପଦା ଟାଉନ ଥାନା ଅଧୀନରେ ସର୍ବାଧିକ ୨୨ଟି ପୂଜା ମଣ୍ଡପରେ ଶାରଦୀୟ ପୂଜାର ଆୟୋଜନ କରାଯାଇଛି । ଏଥିରୁ ଗୋଟିଏ ମଣ୍ଡପରେ ହରପାର୍ବତୀଙ୍କ ପୂଜା, ଗୋଟିଏ ମଣ୍ଡପରେ ମହାବୀର ହନୁମାନଙ୍କ ପୂଜା ଓ ଅନ୍ୟ ଏକ ମଣ୍ଡପରେ ମା ବନଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ । ଏହାଛଡା ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳର ୧୮ଟି ପୂଜା ମଣ୍ଡପ ଏବଂ କରଞ୍ଜିଆ ଥାନା ଅଞ୍ଚଳର ୧୨ଟି ପୂଜା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଆୟୋଜନ ହୋଇଛି ।

ସେହିପରି ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅଞ୍ଚଳର ୧୧ଟି ପୂଜା ମଣ୍ଡପ, ବଡ଼ସାହି ଥାନା ଅଞ୍ଚଳର ୮ଟି ପୂଜା ମଣ୍ଡପ, ଝାରପୋଖରୀଆ ଥାନା ଅଞ୍ଚଳର ୯ଟି ମଣ୍ଡପ, କୁଳିଅଣା ଥାନା ଅଞ୍ଚଳର ୯ଟି ପୂଜା ମଣ୍ଡପ, ବଡ଼ସାହି ଥାନା ଅଞ୍ଚଳର ୮ଟି ପୂଜା ମଣ୍ଡପ, ଉଦଳା ଥାନା ଅଞ୍ଚଳର ୯ଟି, କପ୍ତିପଦା ଥାନା ଅଧିନରେ ୭ଟି, ଖୁଣ୍ଟା ଥାନା ଅଞ୍ଚଳରେ ୭ଟି ମଣ୍ଡପ, ରରୁଆ ଥାନା ଅଞ୍ଚଳର ୭ଟି ପୂଜା ମଣ୍ଡପ ଏବଂ ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳର ୭ଟି ମଣ୍ଡପରେ ନିରାଡମ୍ବରରେ ପାଳନ ହେଉଛି ଦୁର୍ଗାପୂଜା । ଏହାଛଡା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାର ଗୋଟିଏ ମଣ୍ଡପ ଓ ବିଶୋଇ ଓ ବହଳଦା ଥାନା ଅଞ୍ଚଳର ୨ଟି ଲେଖାଏଁ ପୂଜା ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ପାଳନ ହେଉଛି ।

Comments are closed.