ପୁରୀ : ଶ୍ରୀମନ୍ଦିର ବାମନ ମନ୍ଦିରରେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ମାମଲାରେ ଜଣେ ପୂଜାରୀଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୋଲିସ । ଏ ନେଇ ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ମନ୍ଦିର ପୂଜକ ଓ ସେବାୟତମାନେ ମିଛ ଖବର କହିବା ସହ ବିଭିନ୍ନ ଖବର କାଗଜକୁ ଶ୍ରୀମନ୍ଦିର ସମ୍ମୁଖରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ । ଏହାସହ ସଂପୃକ୍ତ ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ଏତଲା ଦେଇଥିଲେ । ଅନ୍ୟପଟେ ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିବା ବେଳେ ସିଡବ୍ଲୁସିରେ ନାବାଳିକାଙ୍କର କାଉନସେଲିଂ ପରେ ବୟାନ ରେକର୍ଡ ହୋଇଛି । ନାବାଳିକା ଜଣଙ୍କ ପୁରୀ ବାହାରର ହୋଇଥିବା ବେଳେ, ସେ ତାଙ୍କ ସମ୍ପର୍କୀୟଙ୍କ ସହ ଶୁକ୍ରବାର ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଆଉ ଶୁକ୍ରବାର ଅପରାହ୍ନରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡିଥିଲା ।
BREAKING NEWS
- Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ
- ସାହସୀ ପାଇଲଟଙ୍କ ପାଇଁ ବଡ଼ ଘୋଷଣା: ସ୍ମିତ୍ ମଚ୍ଛାର ପାଇବେ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ
- Traffic Fines: ଚାଲାଣ ଭରୁନାହାନ୍ତି କି? ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ, ଲାଇସେନ୍ସରୁ PUC ଯାଏଁ ସବୁ ସେବା ବନ୍ଦ!
- ନିର୍ବାଚନରେ ରାଜନୈତିକ ଦଳ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶିଳ୍ପପତିଙ୍କ ସାହାଯ୍ୟ?
- Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ
- UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍-କାର୍ଡକୁ ଫେରିବେ ୭୬%!
- ଚୌଦ୍ୱାର ଜେଲ୍ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ
- ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ
- US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ
- ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ;୬ ଜଣ ମହିଳାଙ୍କୁ ବାନ୍ଧିଲା

Comments are closed.