Latest Odisha News

BREAKING NEWS

ପୂଜା ବଜାରରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ “ମନ ମୋ ନେଇଗଲୁ ରେ”

ଭୁବନେଶ୍ୱର: ପୂଜା ବଜାରରେ ଆରମ୍ଭ ହୋଇଛି ଓଲିଉଡ ବକ୍ସ ଅଫିସ୍ ଫାଇଟ୍ । ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍ ହେବାରେ ଲାଗିଛି । ଏହି ଧାରାରେ ବହୁ ପ୍ରତିକ୍ଷୀତ ଫିଲ୍ମ “ମନ ମୋ ନେଗଲୁ ରେ” ଦର୍ଶକଙ୍କ ସାମ୍ନାକୁ ଆସିଛି ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଜ୍ୟୋତି ଓ ଭୂମିକା ଦାସ । ଆଜି କଟକର ବୃନ୍ଦାବନ ଟକିଜରେ ଫିଲ୍ମର ପ୍ରିମିଅର ସୋ’ ଅନୁଷ୍ଠିତ ହୋଇଯାଇଛି । ଲିଡ୍ ପେୟାରକୁ ବାଦ୍ ଦେଲେ ଅନ୍ୟ ପ୍ରମୁଖ ଭୂମିକାରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିରଜ ଦାସ, ହାସ୍ୟ ଅଭିନେତା ଗୁଡ୍ଡୁ, ଦିଲ୍ଲୀପ ଦାସ, ବିଜୁ ବଡଜେନା, ପ୍ରଦ୍ୟୁମ୍ନ ଲେଙ୍କା, ପିନାକୀ ନାୟକ ଓ ଧରିତ୍ରୀଙ୍କ ଭଳି ଜଣାଶୁଣା କଳାକାରଙ୍କୁ ଦେଖିବାକୁ ମିଳିଛି ।

କଲେଜ ଛାତ୍ରଛାତ୍ରୀଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସଂଜୟ ନାୟକ । ଲଭ, ଇମୋଶନ୍‌, ଡ୍ରାମା ଓ ଆକ୍ସନ୍ ସିକ୍ୱେନ୍ସରେ ଭରପୁର ଥିବା ଏହି ଫିଲ୍ମର ଗୀତ ଗୁଡିକ ମଧ୍ୟ ଖୁବ ଆକର୍ଷଣୀୟ ହୋଇପାରିଛି । ବୈଦ୍ୟନାଥ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟୁମାନ ସାଗର, ଗୌରଭ, କୁଲଦୀପ, ଅସୀମା ପଣ୍ଡା, ଅନ୍ତରା, ପ୍ରଜ୍ଞା ଓ ଜ୍ୟୋତର୍ମୟୀଙ୍କ ଭଳି ଜଣାଶୁଣା ସିଙ୍ଗର କଣ୍ଠଦାନ କରିଛନ୍ତି ।

ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନ ଭାବେ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସୁନୀଲ ଦାସ । ପୂର୍ବରୁ ଏହି ବ୍ୟାନର ତଳେ ଫେରିଆ ନାମକ ଫିଲ୍ମ ଦର୍ଶକଙ୍କ ନିକଟରେ ଆଦୃତା ଲାଭ କରିଥିଲା । ତେବେ ପ୍ରଥମ ଫିଲ୍ମ ଭଳି ଦ୍ୱିତୀୟ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ସୁନୀଲ ଦାସ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.