Latest Odisha News

BREAKING NEWS

ଯୋଗ ଓ ପ୍ରାଣାୟାମ କରନ୍ତୁ କରୋନା ରୋଗୀ:ଡାକ୍ତର ସାରଦା ସ୍ୱାଇଁ

କଟକ: କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ କିଛି ନିୟମ ମାନି ଚଳିବା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ କୋଭିଡ ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଆଜି ଯୋଗ ଦେଇ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତର ସାରଦା ସ୍ୱାଇଁ କହିଛନ୍ତି।

ଡାକ୍ତରଙ୍କ କହିବା ଅନୁଯାୟୀ, ହୋମ ଆଇସୋଲେସନ ସମୟରେ ରୋଗୀମାନେ ଛାନିଆ ହୋଇଯାଉଛନ୍ତି, ଯାହା ଦ୍ୱାରା ସେମାନଙ୍କଠାରେ ନିଦ୍ରାହୀନତା ଲକ୍ଷଣ ଦେଖାଯାଉଛି । ଅନ୍ୟପଟେ ଏକା ରହୁଥିବା ଲୋଙ୍କର ମାନସିକ ସ୍ଥିତି ମଧ୍ୟ ବିଗୁଡ଼ିଥିବା ଲକ୍ଷ କରାଯାଉଛି ।

ଏହି ସମୟରେ ପରିବାର ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ରୋଗୀର ଖାଦ୍ୟପେୟ ଉପରେ ପରିବାର ଲୋକଙ୍କର ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସୁଷମ ଖାଦ୍ୟ ସାଙ୍ଗକୁ ଆବଶ୍ୟକୀୟ ପାଣି ପିଇବା ମଧ୍ୟ ଆବଶ୍ୟକ । ଏହା ସାଙ୍ଗକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗ ବା ପ୍ରଣାୟମ ।

ଡାକ୍ତର ସ୍ୱାଇଁ ଦେଇଥିବା ସୂଚନାନୁଯାୟୀ,ଏହି ସମୟରେ ଯୋଗ ଓ ପ୍ରାଣାୟାମ କଲେ ଭଲ । ଯୋଗ ଓ ପ୍ରାଣାୟାମ କରାଯିବା ଦ୍ୱାରା ରୋଗୀ କରୋନାରୁ ଅନେକାଂଶରେ ମୁକ୍ତି ପାଇବାରେ ସକ୍ଷମ ହୋଇଥାଏ ।

Leave A Reply

Your email address will not be published.