Latest Odisha News

BREAKING NEWS

କରୋନା ନାଶ ପାଇଁ ପିଅନ୍ତୁ ଏହି ଆୟୁର୍ବେଦିକ କାଢ଼ା

ଭୁବନେଶ୍ୱର: ହୁ ହୁ ହୋଇ ମାଡି ଚାଲୁଛି କରୋନା ଭୂତାଣୁ। ଅନେକଙ୍କୁ ଏହା ନିଜ କରାଳ ଆଁ ମଧ୍ୟରେ ନେଇ ସାରିଲାଣି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏଯାଏଁ କୌଣସି ଔଷଧ ବହାରିନଥିବା ବେଳେ ଦେଶୀ ଉପାୟରେ ଏହାର ଚିକିତ୍ସା ପାଇଁ ସମସ୍ତେ ତତ୍ପର । ତେବେ ଆଜି ଆମେ ଆପଣଙ୍କୁ ଏକ ଆୟୁର୍ବେଦିକ କାଢ଼ା ସମ୍ପର୍କରେ ଯାହାକୁ ପ୍ରତ୍ୟେହ ପାନ କଲେ କରୋନାକୁ ଦୁରେଇ ରଖି ହେବ।

ଆବଶ୍ୟକୀୟ ସାମଗ୍ରୀ:

ତୁଳସୀ ପତ୍ର, ତେଜ ପତ୍ର, ଅଦା/ଶୁଣ୍ଠି, ଡାଲଚିନି, ହଳଦୀ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ , ମିଶ୍ରି /ଗୁଡ଼(ମିଠା ସ୍ୱାଦ ଅନୁଯାୟୀ), ଲବଙ୍ଗ, ପିପ୍ପଳୀ, ମହୁ ।

ଏହି ସମସ୍ତ ସାମଗ୍ରୀକୁ ପାଣିରେ କିଛି ସମୟ ଫୁଟାଇ ଏହାର ପାଣିକୁ ଛାଣି ପିଅନ୍ତୁ ।

ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, କ୍ବାରେନ୍‌ଣ୍ଟାଇନ ସମୟରେ ରୋଗୀ ଆୟୁର୍ବେଦିକ ଜଡିବୁଟିରୁ ପ୍ରସ୍ତୁତ କାଢା ସେବନ ଲାଭଦାୟକ। ଅତି କମ୍‌ରେ ୭ ଦିନ ଆୟୁର୍ବେଦିକ କାଢା ସେବନ କରିବା ଦ୍ବାରା କରୋନ ସଂକ୍ରମଣ ବଢିବନାହିଁ ଏବଂ ରୋଗୀ ରୋଗମୁକ୍ତ ହେବ।

Leave A Reply

Your email address will not be published.