Latest Odisha News

BREAKING NEWS

ୟୁରୋପୀୟ ଦୌଡକୁଦ ଲାଗି ଦୂତୀଙ୍କୁ ମିଳିଲା ଭିସା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆସନ୍ତା ଅଗଷ୍ଟ ୧୩ ଓ ୧୯ ତାରିଖରେ ଆର‌୍ୟଲାଣ୍ଡ ଓ ଜର୍ମାନୀରେ ହେବାକୁ ଥିବା ଆଇଆଇଏଫ୍ ଟୁର୍ଣ୍ଣାମେଣ୍ଟ ଲାଗି ଭିସା ଆବେଦନ କରିଥିବାବେଳେ ପରିଶେଷରେ ତାଙ୍କୁ ଶନିବାର ଦିନ ଭିସା ପ୍ରଦାନ କରାଯାଇଛି ।

ଗତ କିଛି ଦିନ ପୂର୍ବରୁ ଓଡିଆ ଧାବିକା ଦୂତୀ ଚାନ୍ଦ ନିଜ ଭିସା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାହାଯ୍ୟ ଲୋଡିଥିଲେ ।

ସୂଚନାଯୋଗ୍ୟ, ଜୁଲାଇ ୨୩ରେ ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ୨୩ ବର୍ଷୀୟ ଓଡିଆ ଧାବିକା ଦୂତୀ ଚାନ୍ଦ ୧୧.୩୨ ସେକେଣ୍ଡରେ ୧୦୦ମି. ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ । ଏଥିସହ ସେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ପଦକ ହାସଲ କରିଛନ୍ତି ।

ଅଧିକ ପଢନ୍ତୁ: ୟୁରୋପୀୟ ଦୌଡକୁଦ ଲାଗି ଭିସା ଚିନ୍ତାରେ ଦୂତୀ: ବୈଦେଶିକ ମନ୍ତ୍ରଣାଳୟକୁ ଲୋଡିଲେ ସାହାଯ୍ୟ

ଆହୁରି ମଧ୍ୟ ସେ ତୃତୀୟ ଭାରତୀୟ ମହିଳା ଭାବେ ‘ସମର୍ ଅଲମ୍ପିକ୍ସ’ର ୧୦୦ମି. ମହିଳା ବର୍ଗ ଦୌଡ ଲାଗି ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।

Leave A Reply

Your email address will not be published.