Latest Odisha News

BREAKING NEWS

ପୂରଣ ହେଲା ଓଡ଼ିଆଙ୍କ ସ୍ୱପ୍ନ: ‘ଓଡ଼ିଶା ଏଫସି’ ନାମରେ ଦଳ ଖେଳିବ ଇଣ୍ଡିଆନ ସୁପର୍ ଲିଗ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଚର୍ଚ୍ଚିତ ‘ଇଣ୍ଡିଆନ ସୁପର୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଆସନ୍ତା ସିଜନରେ ଦିଲ୍ଲୀ ଡାଇନାମୋସ୍ ଦଳ ‘ଓଡ଼ିଶା ଏଫସି’ ନାମରେ ନାମିତ ହେବ ବୋଲି ଗୋଲ.କମ୍ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର କ୍ରୀଡ଼ାପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟଇଣ୍ଡିଆନ ସୁପର ଲିଗ୍ ଅନୁଷ୍ଠିତ ହେଉଥିଲେ ମଧ୍ୟ ‘ଓଡ଼ିଶା’ ବା ଓଡ଼ିଆଙ୍କ ନାମରେ କୌଣସି ଟିମ୍ ନଥିଲା । ଏହା ବହୁ ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରିଥିଲା । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ‘ଓଡ଼ିଶା ଏଫସି’ ନାମରେ ଏକ ଦଳ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛି । ଏନେଇ ରାଜ୍ୟ ସରକାର ଟୁର୍ଣ୍ଣାମେଣ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ତେବେ ଟୁର୍ଣ୍ଣାମେଣ୍ଟ କର୍ତ୍ତୃପକ୍ଷ ଓଡ଼ିଶା ସରକାରଙ୍କ ଅନୁରୋଧକୁ ଗ୍ରହଣ କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଏବେ ‘ଓଡ଼ିଶା ଏଫସି’ ଆଗାମୀ ସିଜନ୍ ସୁପର୍ ଲିଗରେ ଘରୋଇ ଦଳ ଭାବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ମ୍ୟାଚ ଖେଳିବା ସହିତ ସ୍ଥାନୀୟ ଦର୍ଶକଙ୍କଠୁଁ ବିପୁଳ ଉତ୍ସାହ ପାଇପାରିବ ।

ଦିଲ୍ଲୀ ଡ଼ାଇନୋମସ ଦଳର ମାଲିକ ଦିଲ୍ଲୀରେ ଭଲ ପ୍ରଦର୍ଶନ କରିନପାରିବା ଯୋଗୁଁ ଦିଲ୍ଲୀ ସହିତ ସମ୍ପର୍କ ଚ୍ଛିନ୍ନ କରି ନୂଆ ଘରୋଇ ଟିମ୍ ଖୋଜୁଥିଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସାଙ୍ଗକୁ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଯୋଗୁଁ ଓଡ଼ିଶାକୁ ଆପଣେଇନେଲେ ଏହାର ମାଲିକ । ଏବେ ସେ ଭୁବନେଶ୍ୱରରେ ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସହିତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଏକ ଶକ୍ତିଶାଳୀ ଦଳ ରୂପେ ଉଭା ହେବାକୁ ବେଶ୍ ଆଶାବାଦୀ ମଧ୍ୟ ।

Leave A Reply

Your email address will not be published.