Latest Odisha News

୧୦୦ ମିଟରରେ ଦୂତିଙ୍କ ନୂତନ ଜାତୀୟ ରେକର୍ଡ, ଅଳ୍ପକେ ଅଲିମ୍ପିକ ମାର୍କ ଛୁଇଁପାରିଲେନି

ପଟିୟାଲା: ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି-୪ ଆଥଲେଟିକ୍ସ ମିଟରେ ଓଡିଶାର ଦୂତି ଚାନ୍ଦ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଭାରତର ଦ୍ରୁତତମ ମହିଳା ଭାବେ ପରିଚିତ ଦୂତି ୧୦୦ ମିଟର ଦୌଡରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ନିଜର ରେକର୍ଡ ୧୧.୨୨ ସେକେଣ୍ଡକୁ ଆଜି ଭଙ୍ଗ କରିଛନ୍ତି । ଦୂତି ୧୧.୧୭ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରି ଲୟକୁ ଫେରିଛନ୍ତି ।

ଏଥିସହ ସେ ଅଲିମ୍ପିକ ମାର୍କ ୧୧.୧୫ଠାରୁ ଅଳ୍ପ ପଛରେ ରହି ଯାଇଛନ୍ତି । କର୍ଣ୍ଣାଟକର ଦନେଶ୍ୱରୀ ଏଟି (୧୧.୪୮)ଦ୍ୱିତୀୟ ଏବଂ ପଶ୍ଚିମବଙ୍ଗର ହିମାଶ୍ରୀ ରୟ ୧୧.୭୧ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପୂର୍ବ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଦୂତିଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲା ।

Leave A Reply

Your email address will not be published.