Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଦଳର ଉପ ଅଧିନାୟିକା ହେଲେ ଦୀପ ଗ୍ରେସ

ଭୁବନେଶ୍ୱର: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ମହିଳା ହକି ଦଳରେ ଓଡିଶାର ଦୀପ ଗ୍ରେସ ଏକ୍କାକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ୧୬ ଜଣିଆ ଦଳରେ ଭେଟେରାନ ଷ୍ଟ୍ରାଇକର ରାନୀ ରାମପଲଙ୍କୁ ଦଳର ଅଧିନାୟିକା ଏବଂ ଦୀପ ଗ୍ରେସ ଓ ସବିତାଙ୍କୁ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ଏହି ନୂତନ ଦାୟିତ୍ୱ ମୋ ପାଇଁ ଏକ ସମ୍ମାନର ବିଷୟ । ଏହା ନିଶ୍ଚିତ ଭାବେ ମୋ ପ୍ରଦର୍ଶନସ୍ତର ସୁଧାରିବାରେ ସହାୟ ହେବ ବୋଲି ଦୀପଗ୍ରେସ କହିଛନ୍ତି ।

ଦୀର୍ଘ ଦିନ ଧରି ଦଳର ସମସ୍ତ ଖେଳାଳି ଏକତ୍ର ଅଭ୍ୟାସ କରୁଥିବାରୁ ଆମ ମଧ୍ୟରେ ଭଲ ବୁଝାମଣା ରହିଛି । ଦୀପଗ୍ରେସଙ୍କ କ୍ୟାରିୟରର ଏହା ଦ୍ୱିତୀୟ ଅଲିମ୍ପିକ୍ସ । ବର୍ତମାନ ଆମେ କେବଳ ପୋଡିୟମ ଫିନିଶ ଛଡା ଆଉ କିଛି ଚାହୁଁ ନାହୁଁ ବୋଲି ଓଡିଶାର ଏହି ଷ୍ଟାର ଖେଳାଳିଜଣକ କହିଛନ୍ତି ।

Leave A Reply

Your email address will not be published.