Latest Odisha News

BREAKING NEWS

ରାଜନୀତିରେ ପାଦ ଦେବେ ଦୂତୀ ଚାନ୍ଦ !

ଭୁବନେଶ୍ୱର: ରାଜନୀତିରେ ପ୍ରବେଶ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ ! ଆମେ ନୁହେଁ ଆଜ୍ଞା ଦୂତୀ ଚାନ୍ଦ ନିଜ ଟୁଇଟର ପେଜରେ ସେୟାର କରିଥିବା ଏକ ପୋଷ୍ଟରୁ ଏହା ଅନୁମାନ କରାଯାଉଛି ।

BjdElectrycity

ଦୂତୀ ଟ୍ୱିଟ କରି ଲେଖିଛନ୍ତି ଯେ, “ପିଲାଟି ବେଳୁ ମୋର ଖେଳ ସହ ରାଜନୀତି ପ୍ରତି ମଧ୍ୟ ଦୁର୍ବଳତା ରହିଥିଲା । ଏପରିକି ମୋର ପରିବାର ମଧ୍ୟ ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ଅଛନ୍ତି ।

ତେବେ ଦୂତୀଙ୍କ ଏହି ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଦୂତୀଙ୍କ କିଛି ପ୍ରଶଂସକ ତାଙ୍କୁ ଏଥିପାଇଁ ସ୍ୱାଗତ ମଧ୍ୟ କରିଛନ୍ତି । ଆଉକିଛି ପ୍ରଶଂସକ ତାଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଥିବା ଟ୍ୱିଟରରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.