ଭୁବନେଶ୍ବର: ରାସନକାର୍ଡକୁ ନେଇ ବଡ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ E-KYC ସମୟ ସୀମା । ଡିସେମ୍ବର ୩୧ ତାରିଖ ଦିନ E-KYC ଅବଧି ଶେଷ ହେଉଥିବା ବେଳେ, ଏହାର ଅବଧିକୁ ଆହୁରି ୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ ।
ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଲୋକଙ୍କ E-KYC ଶେଷ ହୋଇଛି । ରାଜ୍ୟରେ ୩ କୋଟି ୨୫ ଲକ୍ଷ ୫୧ ହଜାର ୭୭୩ ଜଣ ହିତାଧିକାରୀଙ୍କ E-KYC କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଏବେ ଯାଏଁ ୮ ଲକ୍ଷ ରାସନ କାର୍ଡ ବାଣ୍ଟି ସାରିଲେଣି ସରକାର ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି । ତେବେ ଇ-କେୱାଇସି କରି ନଥିବା ହିତାଧିକାରୀ ପୂର୍ବଭଳି ରାମନ ସାମଗ୍ରୀ ପାଇବା ଜଣାପଡ଼ିଛି ।