Latest Odisha News

ଇ-କେଓ୍ବାଇସି ବେଳେ ଧରାପଡିଲା ସତ: ଓଏଏସଠୁ ଆରମ୍ଭ କରି ଶିକ୍ଷକ..ସବୁ ଖାଉଥିଲେ ରାସନ୍

ଭୁବନେଶ୍ବର: ଗରିବ କଲ୍ୟାଣ ଯୋଜନା ନାଁ କେନ୍ଦ୍ର ସରକାର ଯୋଗାଇ ଆସୁଛନ୍ତି ମାଗଣା ରାସନ୍ । ହେଲେ ସରକାରୀ ଚାକିରୀରେ ଥାଇ ମଧ୍ୟ ଏହାର ଲାଭ ଉଠାଉଛନ୍ତି କିଛି ଲୋଭୀ ସରକାରୀ ବାବୁ । ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡରେ ଇ-କେୱାଇସି ଜଡିତ ହେଉଥିବା ବେଳେ ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ଇ-କେଓ୍ବାଇସି ଯାଞ୍ଚ ବେଳେ କୁଢ କୁଢ ସରକାରୀ ବାବୁ ରାସନ ଲିଷ୍ଟରେ ଥିବା ଜଣାପଡିଛି ।

ସେହିପରି ବାଲିଆପାଳରେ ରାସନ୍ ନେଉଥିବା ୧୬୫ ସରକାରୀ ଚାକିରିଆ ଏହି ଯାଞ୍ଜ ପ୍ରକ୍ରିୟା ବେଳେ ଧରାପଡିଛନ୍ତି । ଇଞ୍ଜିନିୟର୍ , ଡାକ୍ତର , ଶିକ୍ଷକ ଓ ପୋଲିସ୍ ବାବୁ ସବୁ ରାସନର ଉପଭୋକ୍ତା ସାଜିଥିଲେ । ଏମିତିକି ଏଥିରୁ ଓଏଏସ ଅଫିସର ମଧ୍ୟ ବାଦ୍ ପଡିନଥିବା ସୂଚନା ରହିଛି ।

ଅନ୍ୟପଟେ ଏହାକୁ ନେଇ ଚେତାବନୀ ଦେଇଚନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଯଥାଶୀଘ୍ର କାର୍ଡ ଫେରସ୍ତ ନକଲେ ଫାଇନ୍‌ ଲଗାଇବାକୁ ତାଗିଦ କରିଛନ୍ତି । ଏଥିସହିତ ମନ୍ତ୍ରୀ ଏହାବି କହିଛନ୍ତି, ହିସାବ କରି ସବୁ କାର୍ଡ ସରକାରୀ ବାବୁ ମାନଙ୍କ ଠାରୁ ଫେରସ୍ତ ଅଣାଯିବ ।

Comments are closed.