Latest Odisha News

BREAKING NEWS

ଋଣ ବୋଝରେ ପାକିସ୍ତାନ, ଦେବାଳିଆ ଦେଶର ରେଟିଂ ଖସାଇଲା ଆଇଏମଏଫ୍

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ୨୦୨୫ ଏବଂ ୨୦୨୬ରେ ବିଶ୍ୱର ଦେଶ ମାନଙ୍କର ଅଭିବୃଦ୍ଧି ହାର ସମ୍ପର୍କରେ ପୂର୍ବାନୁମାନ କରିଛି।

ଆଇଏମଏଫ୍ ଆକଳନ ହିସାବରେ ୨୦୨୫ ଏବଂ ୨୦୨୬ରେ ବିଶ୍ୱର ଅଭିବୃଦ୍ଧି ହାର ୩.୩% ରହିବ ଓ ଅନ୍ୟ ବଡ଼ ଦେଶମାନଙ୍କ ମଧ୍ୟରେ  ସବୁଠାରୁ ଦ୍ରୁତ ଭାବରେ ଭାରତର ଅଭିବୃଦ୍ଧି ହାର ୬.୫% ରହିବ।

ଆଇଏମଏଫର ପ୍ରଥମ ଉପ ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ପୂର୍ବାନୁମାନ କରିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ୨୦୨୪ରେ ପାକିସ୍ତାନର ଅଭିବୃଦ୍ଧି ହାର ୩.୨% ଥିଲା ଯାହାକି ୨୦୨୫ରେ ୩%କୁ ଖସିବା ନେଇ ସେ ଆକଳନ କରିଥିବା ବେଳେ ୨୦୨୬ରେ ଏହା ୪% ରହିବ।

Comments are closed.