Latest Odisha News

BREAKING NEWS

ସିଅର କାର୍ଯ୍ୟାଳୟରେ ଇ-ଶ୍ରମ କାର୍ଡ଼ ବଣ୍ଟନ

ରାଉରକେଲା: ସୁନ୍ଦରଗଡ଼ ଅଟୋ ୱାର୍କରସ ଆସୋସିଏସନ ପକ୍ଷରୁ ସେକ୍ଟର-୭ରେ ଥିବା ସିଅର କାର୍ଯ୍ୟାଳୟରେ ଭାରତ ସରକାରଙ୍କ ଦ୍ୱାରା ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ହୋଇଥିବା ଇ-ଶ୍ରମ କାର୍ଡ଼ ବଣ୍ଟନ କରାଯାଇଥିଲା।

ସିଅରର ସାଧାରଣ ସମ୍ପାଦକ ବୈଦ୍ୟନାଥ ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ଇ-ଶ୍ରମ କାର୍ଡ଼ର ଗୁରୁତ୍ୱ ଓ ଏହାର ସଦୂପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ବାସୁ ବାନାର୍ଜୀଙ୍କ ସଂଯୋଜନାରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ଗଦାଧର ସାହୁ, ସଙ୍ଗଠନ ସାଧାରଣ ସମ୍ପାଦକ ଭୂବନ ବେହେରା, ବାବୁ ପଟ୍ଟନାୟକ ପ୍ରମୁଖ ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟନ କରିଥିଲେ। ଲିପି ଘୋଷ, ପ୍ରିୟଙ୍କା ସାହୁ, ଲିଜା ମହାରଣା, ମୁକ୍ତା ମୁଖୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.