Latest Odisha News

BREAKING NEWS

ପୂରା ବିଶ୍ବ ବକ୍ସ ଅଫିସରେ ହଇଚଇ, ୧୦୦୦ କୋଟି ମୁହାଁ ‘ପୁଷ୍ପା-୨’

ମୁମ୍ବାଇ: ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ପୁଷ୍ପା ୨। ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ରେକର୍ଡ ବଷ୍ଟର ସିନେମା ‘ପୁଷ୍ପା-୨’ ଏବେ ଦେଶ ତ ଦେଶ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି । ବକ୍ସ ଅଫିସର ଷଷ୍ଠ ଦିନରେ ହିଁ ଏବେ ହଜାର କୋଟି ଛୁଇଁବାକୁ ମାତ୍ର କିଛି ଦୂରରେ ରହିଛି । ଷଷ୍ଠ ଦିନରେ ୯୫୦ କୋଟି ରୋଗାର କରିଥିବା ବେଳେ ବଜି ସପ୍ତମ ଦିନରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ଯେ ଓ୍ବିକଏଣ୍ଡ ହେଉକି ଓ୍ବିକଡେ କିଛି ବି ପୁଷ୍ପାର ଫ୍ୟାନ୍ସଙ୍କୁ ଅଟକାଇ ପାରୁନି ।

ସେ ରିଲିଜର ଦିନ ହେଉକି ଆଜି ରିଲିଜର ସପ୍ତମ ଦିନ ଫ୍ୟାନ୍ସଙ୍କ ମଧ୍ୟରେ ସମାନ କ୍ରେଜ୍ ଦେଖିବାକୁ ମିଳିଛି । ଡିସେମ୍ବର ୫ରେ ରଇଳିଜ୍ ହୋଇଥିବା ପୁଷ୍ପା-୨ ୬ ଦିନରେ ଦେଶବ୍ୟାପୀ ୬୪୫.୮୫ କୋଟି ରୋଜଗାର କରିସାରିଲାଣି । ଆଉ ବିଶ୍ବବ୍ୟାପୀ ଏହା ଖୁବଶୀଘ୍ର ୧୦୦୦ କୋଟି କ୍ଲବ୍ ପାର୍ କରିବା ନେଇ ଆଶା ବାନ୍ଧିଛନ୍ତି ନିର୍ମାତା । ଏହା ରିଲିଜର ପ୍ରଥମ ସପ୍ତାହ ଶେଷ ବେଳକୁ ଅତି ଆରାମରେ ୧୦୦୦ କୋଟି ପାର୍ କରିସାରିଥିବ । ଏମିତି କରିବାରେ ପୁଷ୍ପା-୨ ବନିବ ହାଇଏଷ୍ଟ ଗ୍ରସ୍ ଯୁକ୍ତ ଭାରତୀୟ ସିନେମା ।

ସୁକୁମାର ନିର୍ଦ୍ଦେଶିତ ଏହି ଫିଲ୍ମ ପୂର୍ବରୁ ରିଲିଜ ଦିନରେ ହିଁ ୧୬୪ କୋଟିରେ ଓପନିଂ କରି ତାର ସ୍ବିକେଲ ଫିଲ୍ମ ୨୦୨୧ର ପୁଷ୍ପାକୁ ବି ପଛରେ ପକାଇଛି । ଆଉ ଖୁବ୍ ଶୀଘ୍ର ଏହା ଚଳିତ ବର୍ଷର ଏକ ବଡ ହିଟ୍ ହେବାକୁ ଯାଉଥିବା ବେଳେ ଏବେ ଶ୍ରଦ୍ଧା କପୂର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ସ୍ତ୍ରୀ-୨କୁ ବି ପଛରେ ପକାଇଛି । ଯାହା ପାଖାପାଖି ୬୦୦ କୋଟିର କଲେକ୍ସନ କରିଥିଲା ।

Comments are closed.