Latest Odisha News

BREAKING NEWS

ପାଣିପାଗର ପୂର୍ବାନୁମାନ କରି ସମୁଦ୍ରରେ କିପରି ପ୍ରଚୁର ମାଛ ଧରୁଛନ୍ତି ଏହି ମତ୍ସ୍ୟଜୀବୀ, ଜାଣନ୍ତୁ…

ଭଦ୍ରକ: ପାରମ୍ପରିକ ଭାବେ ସମୁଦ୍ରରୁ ମାଛ ଧରିଥାଆନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚୁଡ଼ାମଣି ଗାଆାଁର ଶଶିକାନ୍ତ ନାୟକ । ପୂର୍ବାପେକ୍ଷା ଏବେ କିନ୍ତୁ ଶଶିକାନ୍ତ ତାଙ୍କର ମାଛ ବେପାର ଭଲ ବଢାଇ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି ।

ଶଶିକାନ୍ତ ଏବେ ସମୁଦ୍ରରୁ ପ୍ରଚୁର ମାଛ ଧରିବା ସହିତ ଅଧିକ ଉପାର୍ଜନ କରିପାରୁଥିବାରୁ ମାଛଧରା ସମ୍ପର୍କୀତ ମୋବାଇଲ୍ ସୂଚନାକୁ ଧନ୍ୟବାଦ ଜଣାଇଛନ୍ତି ।

ସେ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘର ସଭାପତି ରହିବା ସହିତ ତାଙ୍କର ଏକ ମାଛଧରା ମୋଟର୍ ବୋଟ୍ ରହିଛି ।

“ଆମ ମତ୍ସ୍ୟଜୀବୀ ସଂଘରେ ଥିବା ପ୍ରାୟ ସମସ୍ତ ଧୀବରମାନେ ନିୟମିତ ଭାବେ ଓସେନ ଷ୍ଟେଟ୍ ଫୋରକାଷ୍ଟ ମୋବାଇଲ୍ ମାଧ୍ୟମରେ ପାଇଥାଆନ୍ତି । ଖାଲି ସେତିକି ନୁହେଁ, ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର୍ ଫର ଓସେନ ଇନଫରମେସନ ସର୍ଭିସେସ (ଆଇଏନସିଓଆଇଏସ)ସଂସ୍ଥାର ପାଣିପାଗ ସୂଚନା ରିଲାଏନ୍ସ ଫାଉଣ୍ଡେସନ ଭଏସ ମ୍ୟାସେଜ୍ ପ୍ଲାଟଫର୍ମରୁ ଜାଣିପାରିଥାଉ,” ବୋଲି କହିଛନ୍ତି ଶଶିକାନ୍ତ ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ‘ଓସେନ୍ ଷ୍ଟେଟ୍ ଫୋରକାଷ୍ଟ’ ସଂସ୍ଥା ପ୍ରତି ମୂହୁତ୍ତର ସମୁଦ୍ରର ସ୍ଥିତି, ଗଭୀର ସମୁଦ୍ରର ପାଣିପାଗ, ତରଙ୍ଗର ଉଚ୍ଚତା, ପବନର ବେଗ ଓ ଗତି ତଥା ୨୦ରୁ ୫୦ କିଲୋମିଟର ବେଗ ସମ୍ପର୍କରେ ସବିଶେଷ ତଥ୍ୟ ତୁରନ୍ତ ପ୍ରଦାନ କରିଥାଏ ।

“ଆମେ ମୋବାଇଲରୁ ହିଁ ‘ଓସେନ୍ ଷ୍ଟେଟ୍ ଫୋରକାଷ୍ଟ’ ମାଧ୍ୟମରେ ସମୁଦ୍ରକୁ ମାଛମାରିବାକୁ ଯିବା ପୂର୍ବରୁ ସାମୁଦ୍ରିକ ପାଣିପାଗ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିପାରିଥାଉ । ଖାଲି ସେତିକିନୁହେଁ, ଆମେ ଏହି ମୋମାଇଲ୍ ପାଣିପାଗ ସୂଚନା ପାଇ ଗଭୀର ସମୁଦ୍ରକୁ ଯାଇ ଠିକ୍ ସମୟରେ ଫେରି ପାରିବୁ କି ନାହିଁ ସେ ସମ୍ପର୍କରେ ମଧ୍ୟ ପୂର୍ବାନୁମାନ ପରାମର୍ଶ ପାଇଥାଉ । ପ୍ରକୃତରେ ଏସବୁ ସୂଚନା ଆମ ମତ୍ସ୍ୟଜୀବୀମାନଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକ ଯାହାକି ବର୍ଣ୍ଣନା କରିହେବ ନାହିଁ, ବୋଲି ମତ୍ସ୍ୟଜୀବୀ ଶ୍ରୀ ନାୟକ କହିଛନ୍ତି ।

୍ଣସସେ ଆହୁରିମଧ୍ୟ କହିଛନ୍ତି ଯେ, ‘ଓସେନ୍ ଷ୍ଟେଟ୍ ଫୋରକାଷ୍ଟ’ ଆମ ଲାଗି ଏବେ ପ୍ରକୃତରେ ଖୁବ୍ ନିର୍ଭରଯୋଗ୍ୟ ଏବଂ ଅତ୍ୟାବଶ୍ୟକ ହୋଇ ପଡ଼ିଛି । ଯଦି ଆମେ ଏହି ମୋବାଇଲ୍ ପରାମର୍ଶ ଗ୍ରହଣ ନକରିବୁ ତେବେ ସାମୁଦ୍ରିକ ସ୍ଥିତି ନଜାଣିପାରି ବିପଦରେ ପଡ଼ିବା ସାର ହେବ । ଏବେ ଆମେ ମହାବିପଦରୁ ଟଳି ଯାଇଥିବା ଅନୁଭବ କରିପାରୁଛୁ । ଏହି ମୋବାଇଲ୍ ପାଣିପାଗ ପୂର୍ବାନୁମାନ ଦ୍ୱାରା ଆମେ କେବଳ ନିଜ ଜିବନ ବଞ୍ଚାଇ ପାରୁଛୁ ତାହାନୁହେଁ, ବରଂ ଏହାଦ୍ୱାରା ଡ଼ିଜେଲ, ସମୟ, ପରିଶ୍ରମ ଏବଂ ଖର୍ଚ୍ଚ ମଧ୍ୟ ବଞ୍ଚାଇ ପାରୁଛୁ ବୋଲି ଭଦ୍ରକ ଜିଲ୍ଲାର ଏହି ସଫଳ ମତ୍ସ୍ୟଜୀବୀ ଶଶିକାନ୍ତ କହିଛନ୍ତି ।

ଏହି ରିଲାଏନ୍ସ ଫାଉଣ୍ଡେସନ ସଂସ୍ଥା ମାଧ୍ୟମରେ ପାଣିପାଗ ତଥା ସାମୁଦ୍ରିକ ସ୍ଥିତି ସମ୍ପର୍କୀତ ପୂର୍ବାନୁମାନ ଯୋଗାଇ ଦିଆଯାଇଥାଏ । ଗଭୀର ସମୁଦ୍ର ମଧ୍ୟକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ଜିପିଏସର ବ୍ୟବହାର ସମ୍ପର୍କରେ ତାଲିମ ଦିଆଯିବା ସହିତ ମୋବାଇଲ୍ ମାଧ୍ୟମରେ ହିଁ ‘ସର୍ଚ୍ଚ ଓ ରେସ୍କ୍ୟୁ ବଟନ୍’ ସମ୍ପର୍କରେ ବ୍ୟବହାର ଅବଗତ କରାଇ ଦିଆଯାଇଥାଏ । ଏପରିକି ଡ଼ାଟ୍ ଡ଼ିସ୍ଟ୍ରେସ୍ ଆଲର୍ଟ ଦ୍ୱାରା ନିକଟସ୍ଥ ତଟରକ୍ଷୀ ବାହିନୀ ଏହି ବୋଟ ସମ୍ପର୍କରେ ଜାଣି ପାରିଥାଆନ୍ତି ।

Leave A Reply

Your email address will not be published.