Latest Odisha News

BREAKING NEWS

ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’ ଡେ, ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ !

ଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ ! କାରଣ, ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’ । ଅର୍ଥାତ, ବିଜୁଳି ସଂରକ୍ଷଣ ପାଇଁ ସାରା ବିଶ୍ୱରେ ଆଜି ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍‌ସ ଅଫ୍‌ ରହିବ । ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍‌ ରହିଛି ‘Invest on Our planet’ ।

‘ଆର୍ଥ ଆୱାର୍‌’ ଅବସରରେ ଆଜି ରାତି ” ୮.୩୦ ଘଣ୍ଟା ରୁ ୯.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ଆମେ ନିଜ ନିଜ ଘରେ ବ୍ୟବହାର କରୁଥିବା ମଟର, ଫେନ, ଲାଇଟ ଭଳି ସମସ୍ତ ବୈଦୁତିକ ଉପକରଣ ସ୍ଵତଃପ୍ରବୃତ ଭାବରେ “ସୁଇଚ ଅଫ୍ ” ରଖିବା। ଯଦିଓ ଏଥିପାଇଁ କାହାକୁ ବାଧ୍ୟ ବାଧକତା ନାହିଁ କିନ୍ତୁ ମହତ୍ୱ ରହିଛି । କାରଣ, “ମୁଁ ବଞ୍ଚିଲେ ପୃଥିବୀ ନୁହେଁ, ପୃଥିବୀ ବଞ୍ଚିଲେ ମୁଁ ବଞ୍ଚିବି ” । ଏହାର ଭାବନା ରଖିବା ହିଁ ଏହାକୁ ପାଳନ କରିବାର ଗୁରୁତ୍ୱକୁ ଦ୍ୱିଗୁଣିତ କରେ। ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ଯେଉଁ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ଆଉ ଧିରେଧିରେ ପୃଥିବୀର ଜଳବାୟୁ ଓ ପାକୃତିକ ବିବିଧତା ବିପଦ ଆଡ଼କୁ ଠେଲି ହୋଇ ଚାଲିଛି ।

୨୦୦୭ରେ ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ ଲୋକମାନେ ଘଣ୍ଟାଏ ଲାଇଟ୍‌ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ସେବେଠାରୁ ୧୯୦ରୁ ଅଧିକ ଦେଶରେ ପ୍ରତିବର୍ଷ ମାର୍ଚ୍ଚ ୨୫ ତାରିଖରେ ‘ଆର୍ଥ ଆୱାର୍‌’କୁ ପାଳନ କରାଯାଉଛି । ଗତବର୍ଷ ‘ଆର୍ଥ ଆୱାର୍‌’ ସମୟରେ ଲୋକେ ୧୭୧ ମେଗାୱାଟ୍‌ ବିଜୁଳି ସଞ୍ଚୟ କରିଥିଲେ । ଏହାପୂର୍ବରୁ ୨୦୨୧ରେ ୩୩୪ ମେଗାୱାଟ୍‌, ୨୦୨୦ରେ ୭୯ ବିଜୁଳି ସଂଚୟ ହୋଇଥିଲା । ‘ଆର୍ଥ ଆୱାର୍‌’ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ବିଜୁଳି ସଂଚୟ ସହ ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା । ଶେଷରେ ଏତିକି କୁହାଯାଇପାରେ ଆର୍ଥ ଆୱାର ପାଳନ କରିବା ନକରିବା ବିଦ୍ୟୁତ ବ୍ୟବହାରକାରୀଙ୍କ ମାନସିକତା ଓ ମହତ ଉଦେଶ୍ୟ ଉପରେ ନିର୍ଭର କରିଥାଏ।

Leave A Reply

Your email address will not be published.