Latest Odisha News

BREAKING NEWS

Earthquake: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଆଫଗାନିସ୍ତାନ; ୯ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ

କାବୁଲ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ । ଭୂକମ୍ପରେ ଥରିଲା ନାନଗରହର ପ୍ରୋଭିନ୍ସର ଜଲାଲାବାଦ । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଆଫଗାନିସ୍ତାନରେ ପ୍ରଥମ ଭୂମିକମ୍ପ ବିଳମ୍ବିତ ରାତି ୧୨ଟା ୪୭ରେ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୧୬୦ କିଲୋମିଟର ଭିତରେ ଥିଲା । ଏହା ପରେ ସାରା ରାତି ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଏହା ପୂର୍ବରୁ ମଧ୍ୟ ୭ ଅକ୍ଟୋବର ୨୦୨୩ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ ଆଫଗାନିସ୍ତାନରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ତାଲିବାନ ସରକାର ଆକଳନ କରିଥିଲେ ଯେ ଏହି ଭୂମିକମ୍ପରେ ଅତି କମରେ ୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ସାମ୍ପ୍ରତିକ ସମୟରେ ଆଫଗାନିସ୍ତାନରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ।

 

Comments are closed.