Latest Odisha News

BREAKING NEWS

ଚୀନରେ ଭୂକମ୍ପ: ରିକ୍ଟର ସ୍କେଲରେ ତିବ୍ରତା ୫.୫

ନୂଆଦିଲ୍ଲୀ: ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ଆଜି ସକାଳୁ ଥରି ଉଠିଲା ଚୀନର ଦେଝୌ ନଗରୀ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୫ ରେକର୍ଡ କରାଯାଇଛି । ଭୂକମ୍ପ ଝଟକାରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଧନଜୀବନ କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି ।

‘ଚାଇନା ଆର୍ଥକ୍ବେକ୍‌ ନେଟ୍‌ୱାର୍କସ୍‌ ସେଣ୍ଟର୍‌’ କହିବା ଅନୁସାରେ, ଶନିବାର ରାତି ୨:୩୩ରେ ଚୀନ୍‌ର ରାଜଧାନୀ ବେଜିଙ୍ଗ୍‌ର ଦକ୍ଷିଣ ପ୍ରାନ୍ତକୁ ପ୍ରାୟ ୩୦୦ କିଲୋମିଟର୍‌ ଦୂର ଦେଝୌ ନଗରୀ ନିକଟରେ ୫.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ। କିନ୍ତୁ, ‘ୟୁ. ଏସ୍‌. ଜିଓଲୋଜିକାଲ୍‌ ସର୍ଭେ’ କହିବା ଅନୁସାରେ, ଭୂମିକମ୍ପର ତୀବ୍ରତା ଥିଲା ୫.୪।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୬ ତାରିଖରେ ଚୀନରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହା ପରେ ୨ ଦିନ ମଧ୍ୟରେ ସେଠାରେ ୫ ଥର ଭୂମିକମ୍ପ ହୋଇଥିଲା । ତୁର୍କୀ ଓ ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଥିଲା । ପାଖାପାଖି ୩୦୦ ବିଲିଡିଂ ଧ୍ୱଂସ ହୋଇଥିଲା ।  ପ୍ରଳୟଙ୍କରୀ ଭୂମିକମ୍ପ ପରେ ରୋଗରେ ପୀଡିତ ହୋଇଥିଲେ ୨.୬ କୋଟି । ପୂର୍ବରୁ ୧୯୯୯ରେ ତୁର୍କୀରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏଥିରେ ୧୭ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.