Latest Odisha News

BREAKING NEWS

୮ ଘଣ୍ଟାରେ ୪ ଥର ଥରିଲା ମହାରାଷ୍ଟ୍ରର ପାଲଗଡ଼

ପାଲଗଡ଼: ମହାରାଷ୍ଟ୍ରର ପାଲଗଡ଼ ଜିଲ୍ଲାରେ ରବିବାର ଦିନ ୨ଥର ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ସକାଳ ପ୍ରାୟ ୧୧.୩ ମିନିଟ୍‌ରେ ଶବ୍ଦ ହେବା ସହ ଭୂମି ଥରି ଉଠିଥିଲା। ଏହାର ତୀବ୍ରତା ଥିଲା ୨.୮।ଆଉ କିଛି ସମୟ ପରେ ଅପରାହ୍ନ ୫.୨ ସମୟରେ ଆଉ ଏକ ଝଟକା ଲାଗିଥିଲା । ପୁଣିଥରେ ମାଟି ଥରି ଉଠିଥିଲା । ଏହାର ତୀବ୍ରତା ଥିଲା ୩.୦ । ଆଉ କିଛି ସମୟ ଅନ୍ତରାଳେ ଅର୍ଥାତ ସନ୍ଧ୍ୟା ୬ ଟା ୪ ରେ ତୃତୀୟ ଓ ପୁନଃ ୭.୨୯ ଆଉ ୨ ଥର ଝଟକା ଅନୁଭୂତ ହୋଇଥିଲା । ରେକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୨. ମାଗ୍ନିଟ୍ୟୁଡ଼ । ଏନେଇ ସୂଚନା ଦେଇଛନ୍ତି ପାଲଗଡ଼ ଜିଲ୍ଲା ଡିଜାସ୍ଟର ସେଲ ମୁଖ୍ୟ ବିବେକାନନ୍ଦ କଦମ ।

ଫଳରେ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ। ଏନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କେଉଁଠି କିଛି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Leave A Reply

Your email address will not be published.