Latest Odisha News

BREAKING NEWS

ଗୁଜରାଟରେ ଭୂକମ୍ପ ଝଟକା, ଲୋକେ ଭୟଭୀତ

ଗାନ୍ଧିନଗର: ଗୁଜରାଟରେ ଭୂକମ୍ପ ଝଟକା। ଗୁଜରାଟର କଚ୍ଛ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ରହିଛି। ଆଜି ଅପରାହ୍ନ ୪ଟା ୪୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି।

ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇପଡିଥିଲେ। ସଙ୍ଗେ ସଙ୍ଗେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଭୂକମ୍ପ ଯୋଗୁ ଏଯାଏଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି କଚ୍ଛ କଲେକ୍ଟର ଅମିତ ଆରୋରା। ତେବେ କଚ୍ଛ ଅତ୍ୟଧିକ ବିପଦ ଜୋନ ଅଞ୍ଚଳରେ ଅବସ୍ଥିତ ଏବଂ ଏଠାରେ ଅଧିକାଂଶ ସମୟରେ କମ୍ପନ ଅନୁଭୂତ ହୋଇଥାଏ। ନିକଟରେ ଦିଲ୍ଲୀ-ଏନ୍‌ସିଆର୍‌, ପଞ୍ଜାବ ସମେତ ଚଣ୍ଡିଗଡ ଓ ଜାମ୍ମୁକଶ୍ମୀର ଭୂକମ୍ପ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.