Latest Odisha News

BREAKING NEWS

ମିଜୋରାମରେ ୪.୧ ତୀବ୍ରତାର ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମର ଚମ୍ପାଇ ଠାରେ ବୁଧବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।

ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ମପା ଯାଇଥିଲା । ଆଜି ସକାଳ ୮ଟା ୦୨ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଚମ୍ପାଇ ଠାରୁ ୩୧କିମି. ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଅଞ୍ଚଳରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା ।

ସକାଳ ସମୟରେ ଭୁମିକମ୍ପ ହୋଇଥିବା ଯୋଗୁଁ ଜନସାଧାରଣ ଭୟରେ ଘରୁ ବାହାରକୁ ଚାଲିଯାଇଥିବା ନେଇ ସୂଚନା ମିଳିଛି । ତେବେ ଭୁମିକମ୍ପର କେନ୍ଦ୍ର କେଉଁଠି ଥିଲା ଏବଂ ଏହା ଫଳରେ କଣ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ଗତ ୪୮ ଘଣ୍‌ଟା ମଧ୍ୟରେ ଏଠାରେ ୩ ଥର ଭୁମିକମ୍ପ ଝଟକା ଅନୁଭୁତ ହୋଇଛି।

Leave A Reply

Your email address will not be published.