Latest Odisha News

ପଞ୍ଜାବର ଅମୃତସରରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ପଞ୍ଜାବର ଅମୃତସର । ଆଜି ଭୋର ପ୍ରାୟ ୩ଟା ୪୨ ମିନିଟ୍‌ରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିଲା ।  ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂକମ୍ପର ଗଭୀରତା ଭୂମି ଭିତରେ ୧୨୦ କିମି ଯାଏ ବ୍ୟାପିଛି। ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମୃତସର ଠାରୁ ୧୪୫ କିଲୋମିଟର ଉତ୍ତର-ଦକ୍ଷିଣରେ ରହିଛି ।

ଭାରତୀୟ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ସୋମବାର ଭୋରୁ ୩.୪୨ ମିନିଟରେ ପଞ୍ଜାବର ଅମୃତସର ଓ ଏହାର ଆଖପାଖ ଅଞ୍ଚଳ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମୃତସର ଠାରୁ ୧୪୫ କିଲୋମିଟର ଦୂରରେ ରହିଛି । ରିକ୍ଟରସ୍କେଲରେ ଏହାର  ତିବ୍ରତା ୪.୧ ରହିଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠରୁ ୧୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ରହିଛି । ତେବେ ଏହି ଭୂମିକମ୍ପରେ କାହାର ଜୀବନ ଯାଇଥିବା ସୂଚନା ମିଳିନାହିଁ  ।

ଏହା ପୂର୍ବରୁ ଗତ ସପ୍ତାହରେ ଦିଲ୍ଲୀରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଥିଲା । ନଭେମ୍ବର ୧୨ ତାରିଖରେ ଦିଲ୍ଲୀ ଏନସିଆର, ଉତ୍ତରାଖଣ୍ଡ ସମେତ ୭ରାଜ୍ୟର ଲୋକ ଭୂମିକମ୍ପ ଅନୁଭବ କରିଥିଲେ । ରିକ୍ଟରସ୍କେଲରେ ଏହାର ତିବ୍ରତା ୬.୩ ରହିଥିଲା । ସେହିପରି ଚଳିତ ମାସରେ ନେପାଳରେ ମଧ୍ୟ ଭୂମିକମ୍ପ ଅନୁଭୁତ ହୋଇଥିଲା ।

Comments are closed.