Latest Odisha News

ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲ୍‌ର ତୀବ୍ରତା ୪.୮

ନୂଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂମିକମ୍ପ କାରଣରୁ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।

ମିଳିଥିବା ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨.୫୩ ମିନିଟରେ ଏହି ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପୃଥିବୀର ୧୦୬ କିଲୋମିଟର ତଳେ ଅବସ୍ଥିତ। ତେବେ ଭୂମିକମ୍ପ ଯୋଗୁଁ କୌଣସି ଧନ ଜୀବନ କ୍ଷତିର ସୂଚନା ମିଳିନାହିଁ । କିମ୍ବା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ । ରାତିରେ ଲୋକେ ଶୋଇଥିବା ବେଳେ ଭୂକମ୍ପ କାରଣରୁ ଲୋକ ଭୟଭୀତ ହୋଇଯାଇଥିଲେ । ଝଟକା, କବାଟ ସବୁ ଦୋହଲି ଯାଇଥିଲା । ଭୟଭୀତ ହୋଇ ଲୋକେ ବାହାରକୁ ବାହାରି ଆସିଥିଲେ।

କହିରଖୁଛୁ ଯେ, ଗତକିଛି ଦିନ ତଳେ ମିଆଁମାରରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୁତ ହୋଇଥିଲା । ସେହିପରି ଡିସେମ୍ବର ପୂର୍ବରୁ, ୪.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ।

Comments are closed.