Latest Odisha News

ସାଧାରଣତନ୍ତ୍ର ଦିସବ ପୂର୍ବରୁ ସୌର ଜଗତରେ ପରେଡ କରିବେ ଏହି ୬ଟି ଗ୍ରହ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସୌର ଜଗତରେ ହେବ ଗ୍ରହମାନଙ୍କର ପରେଡ୍ । ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୫ ତାରିଖ ସନ୍ଧ୍ୟାରେ ଦେଖାଯିବ ଏହି ବିରଳ ମହାଜାଗତିକ ଦୃଶ୍ୟ । ୬ଟି ଗ୍ରହ ଗୋଟିଏ ସରଳ ରେଖାରେ ହେବେ ଦୃଶ୍ୟମାନ । କେବଳ ବୁଧକୁ ଛାଡି ଦେଲେ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ ଏବଂ ୟୁରେନ୍ସ ଏକା ସାଥିରେ ଗୋଟିଏ ସରଳ ରେଖାରେ ରହିବେ । ସୌର ମଣ୍ଡଳରେ ଏହି ଅଲୌକିକ ଦୃଶ୍ୟ ପୃଥିବୀର ଅନେକ ଦେଶରେ ଦେଖିବାକୁ ମିଳିବ ।

ବିନା ଟେଲିସ୍କୋପରେ ଅର୍ଥାତ୍ ଖାଲି ଆଖିରେ ଆପଣ ଏହି ୪ଟି ଗ୍ରହକୁ ଦେଖିପାରିବେ । ଏହାକୁ ପ୍ଲାନେଟ ପରେଡ ବୋଲି କୁହାଯାଉଛି । ଏହି ପ୍ଲାନେଟ୍ ପ୍ୟାରେଡର ଦୃଶ୍ୟ ଭାରତ ସମେତ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିବ। ଆସନ୍ତାକାଲି ସୂର୍ଯ୍ୟାସ୍ତ ପରେ ୬ଟି ଯାକ ଗ୍ରହ ଗୋଟିଏ ସରଳରେଖାରେ ଦେଖାଯିବେ । ସୂର୍ଯ୍ୟାସ୍ତ ପରେ ଅର୍ଥାତ୍ ୫.୩୭ ରୁ ୭.୦୦ ପର୍ଯ୍ୟନ୍ତ ଆପଣ ଏକ ସରଳରେଖାରେ ମଙ୍ଗଳ, ବୃହସ୍ପତି, ଶୁକ୍ର, ଶନି, ୟୁରେନ୍ସ ଏବଂ ନେପଟୁନ୍ ଗ୍ରହକୁ ଆକାଶରେ ଏକାଠି ଦେଖିପାରିବେ ।

ତେବେ ଏହି ମହାଜାଗତିକ ଦୃଶ୍ୟ ବା ଗ୍ରହମାନଙ୍କର ଏହି ପରେଡ୍କୁ ଖାଲି ଆଖିରେ ଦେଖିବାକୁ ଅନେକ ଲୋକ ପସନ୍ଦ କରନ୍ତି । କିନ୍ତୁ ଆପଣ ଚାହିଁଲେ ମୋବାଇଲ୍ ଫୋନ୍ କିମ୍ବା ଗୁଗୁଲ୍ ସ୍କାଏ ଆପ୍ ଏବଂ ଷ୍ଟେଲେରିୟମ୍ ଆପ୍ ମାଧ୍ୟମରେ ଏହି ମହାଜାଗତିକ ଦୃଶ୍ୟ ଦେଖିପାରିବେ । ତେବେ କେତେକ ସହରରେ ପ୍ରଦୂଷଣ, କୁହୁଡି କିମ୍ବା ଖରାପ ପାଗ ଯୋଗୁଁ ଗ୍ରହମାନେ ଆକାଶରେ ଦୃଶ୍ୟମାନ ହେବେ ନାହିଁ । ଏପରି ପରିସ୍ଥିତିରେ, ଆପଣମାନେ ଏହି ମାଧ୍ୟମରେ ଗ୍ରହମାନଙ୍କର ପ୍ୟାରେଡ୍ ଦେଖିପାରିବେ ।

ଗୋଟେପଟେ ଆସନ୍ତାକାଲି ଆକାଶରେ ଏକ ସରଳରେଖାରେ ୬ଟି ଗ୍ରହ ଦେଖିବାକୁ ମିଳିବା ବେଳେ ଅନ୍ୟପଟେ ଜାନୁୟାରୀ ୨୯ ମୌନି ଅମାବାସ୍ୟା ରାତିରେ ତାରକାପୁଞ୍ଜ ଦେଖିବାକୁ ମିଳିବ । ଅମାବାସ୍ୟା କାରଣରୁ ଚନ୍ଦ୍ର ଦେଖା ନଗଲେ ମଧ୍ୟ ଆକାଶରେ ତାରାମାନଙ୍କର ଏକ ଦଳ ସ୍ପଷ୍ଟ ଭାବେ ଦେଖାଯିବ ଏବଂ ଏକ ଚମତ୍କାର ଆକୃତି ଉତ୍ପନ୍ନ ହେବ । ରାତିରେ ଆକାଶଗଙ୍ଗାରେ ୬ଟି ଉଜ୍ଜ୍ୱଳ ତାରକା ‘ୱିଣ୍ଟର ହେକ୍ସାଗନ୍’ ଗଠନ କରିବେ । ବିଶେଷକରି ଖୋଲା ଅଞ୍ଚଳରେ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ ।

 

Comments are closed.