Latest Odisha News

BREAKING NEWS

ସୁଶାନ୍ତଙ୍କ ଅକାଳ ମୃତ୍ୟୁରେ ଭାଙ୍ଗିପଡି ପ୍ରାଣ ହରାଇଲେ ତାଙ୍କ ଭାଉଜ

ମୁମ୍ବାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ସୁଶାନ୍ତଙ୍କ ଅକାଳ ମୃତ୍ୟୁର ଗୋଟିଏ ଦିନ ପରେ ପ୍ରାଣ ହରାଇଛନ୍ତି ତାଙ୍କ ଭାଉଜ ।

ଗୋଟିଏ ପଟେ ସୁଶାନ୍ତଙ୍କ ଜୁଇ ଜଳୁଥିବା ବେଳେ ଅନ୍ୟପଟେ ତାଙ୍କ ଭାଉଜଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୁଶାନ୍ତଙ୍କ ସଂପର୍କୀୟ ଭାଇଙ୍କ ପତ୍ନୀ ସୁଧା ଦେବୀ (୩୪) ବିହାରର ପୂର୍ଣ୍ଣିଆରେ ରହୁଥିଲେ । ସେ ପୂର୍ବରୁ ଅସୁସ୍ଥ ଥିବା ବେଳେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ତାଙ୍କର ସ୍ୱାସ୍ଥ୍ୟ ଆହୁରି ବିଗିଡିବାରେ ଲାଗିଲା । ସେ ଖାଇବା-ପିଇବା ବନ୍ଦ କରିଦେଇଥିଲେ । ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ଶକ୍ତ ଧକ୍କା ଦେଇଥିଲା । ଯେଉଁ ସମୟରେ ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଚାଲିଥିଲା, ସେହି ସମୟରେ ସେ ଅନ୍ତିମ ଶ୍ୱାସ ନେଇଥିଲେ ଭାଉଜ ସୁଧା ଦେବୀ।

ସୂଚନାଯୋଗ୍ୟ, ରବିବାର ଦିନ ବଲିଉଡର ଉଦିୟମାନ ନାୟକ ସୁଶାନ୍ତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ।

Leave A Reply

Your email address will not be published.