Latest Odisha News

ଭୂକମ୍ପ ପ୍ରତିରୋଧକ, ପେପର ଲେସ୍ ଅଫିସ: ଜାଣନ୍ତୁ ନୂତନ ସଂସଦ ଭବନ ବିଲଡିଂର ବିଶେଷତ୍ୱ

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୨ ସୁଦ୍ଧା ନୂତନ ସଂସଦ ଭବନ କାର୍ୟ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିବର୍ଷ ସଂସଦ ଅଧିବେଶନ ନୂଆ ବିଲଡିଂରେ ଅନୁଷ୍ଠିତ ହେବ ବୋଲି ଗତକାଲି କହିଥିଲେ ବାଚସ୍ପତି ଓମ୍ ବିର୍ଲା । ନୂତନ କୋଠା ନିର୍ମାଣରେ ସିଧାସଳଖ ୨,୦୦୦ ଓ ପରୋକ୍ଷରେ ୯,୦୦୦ ଲୋକ ସାମିଲ ହେବେ ।

ନୂତନ କୋଠା ଦେଶର ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରିବ । ସଂସଦର ନୂଆ ବିଲଡିଂ ନିର୍ମାଣ ପାଇଁ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ନିଲାମ ଜିତିଛି । ଏଥିପାଇଁ ଖର୍ଚ୍ଚ ହେବ ୮୬୧.୯୦ କୋଟି ଟଙ୍କା ।
ନୂତନ ସଂସଦ ଭବନ ବିଶେଷତ୍ବ

– ୬୪ହଜାର ୫୦୦ ବର୍ଗ ମିଟର ଜାଗାରେ ପ୍ରତିଷ୍ଠା ହେବ
– ଭୂକମ୍ପ ପ୍ରତିରୋଧକ ବ୍ୟବସ୍ଥା ରହିବ
– ବିଲଡିଂ ଭିତରେ ୧୨ଶହ ସାଂସଦ ବସିପାରିବା ବ୍ୟବସ୍ଥା
– ଲୋକସଭା ଚାମ୍ପରରେ ୮୮୮ ଜଣ ସଦସ୍ୟଙ୍କ ବସିବା କ୍ଷମତା
– ରାଜ୍ୟସଭାର ସଦସ୍ୟଙ୍କ ପାଇଁ ୩୮୪ଟି ସିଟ୍
– ଭବିଷ୍ୟତରେ ଦୁଇଟି ଗୃହ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସିଟ୍ ବ୍ୟବସ୍ଥା

– ନୂତନ ବିଲ୍ଡିଂରେ ଏକ ବେସମେଣ୍ଟ୍, ଗ୍ରାଉଣ୍ଡ, ପ୍ରଥମ ଓ ଦ୍ୱିତୀୟ ମହଲା ରହିବ । ଏହାର ଉଚ୍ଚତା ପୁରୁଣା କୋଠା ସହିତ ସମାନ ହେବ
– ସମସ୍ତ ସାଂସଦଙ୍କ ପାଇଁ ଅଲଗା କାର୍ୟ୍ୟାଳୟ ଥିବା ନୂତନ ସଂସଦ ଭବନ ନିର୍ମାଣ କାର୍ୟ୍ୟ ସମୟରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ
– ପେପର ଲେସ୍ ହେବ ନୂଆ ବିଲଡିଂରେ ସବୁ ସାଂସଦଙ୍କ ଅଫିସ । ‘କାଗଜହୀନ କାର୍ୟ୍ୟାଳୟ’ ସୃଷ୍ଟି ଦିଗରେ ଅତ୍ୟାଧୁନିକ ଡିଜିଟାଲ୍ ଇଣ୍ଟରଫେସ୍ ସହିତ ଯୋଡ଼ାଯିବ

– ନୂତନ ବିଲ୍ଡିଂରେ ଭାରତର ଗଣତାନ୍ତ୍ରିକ ଐତିହ୍ୟ ବହନ କରୁଥିବା ସାମ୍ବିଧାନ ହଲ୍ ରହିବ ।
– ଲାଇବ୍ରେରୀ, ଏକାଧିକ କମିଟି କୋଠରୀ, ଡାଇନିଂ ଏରିଆ ଓ ପାର୍କିଂ ସ୍ଥାନ
ବର୍ତ୍ତମାନର ସଂସଦ ଭବନକୁ ସଂରକ୍ଷିତ ରଖାଯିବ । କାରଣ ଏହା ଦେଶର ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଅଟେ । ବର୍ତ୍ତମାନ ବିଲ୍ଡିଂ ହେଉଛି ୫୬୦ ଫୁଟ ବ୍ୟାସ ବିଶିଷ୍ଟ ଏକ ବୃହତ୍ ବୃତ୍ତାକାର ନିର୍ମାଣ ।

Comments are closed.