Latest Odisha News

BREAKING NEWS

୧୪୯ଟି ଷ୍ଟେସନ୍ ବିଲଡିଙ୍ଗରେ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ଵର: ଷ୍ଟେସନ ବିଲଡିଙ୍ଗ, ସର୍ଭିସ ବିଲଡିଙ୍ଗ, ଆବାସିକ ବିଲଡିଙ୍ଗ ଏବଂ ଲେଭଲ କ୍ରସିଙ୍ଗ ଗେଟ୍ ମାନଙ୍କରେ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ପୂର୍ବତଟ ରେଳପଥ । ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ ୧୪୯ଟି ଷ୍ଟେସନ୍ ବିଲଡିଙ୍ଗ, ୨୪୮ ଟି ସର୍ଭିସ୍ ବିଲଡିଙ୍ଗ, ୬୯୨୪ ଟି ଆବାସିକ ବିଲଡିଙ୍ଗ ଏବଂ ୩୬୬ ଟି ଲେଭଲ୍ କ୍ରସିଂ (LC) ଗେଟ୍ ମାନଙ୍କରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ସ୍ଥିର କରିଛି ।

ତେବେ ସମୁଦାୟ ୨୧୮୨୬ KWp କ୍ଷମତା ସୌର ଶକ୍ତି ସଂସ୍ଥାପନ କରିବାକୁ ଯୋଜନା ରଖିଛି ପୂର୍ବତଟ ରେଳପଥ । ଯାହାଦ୍ଵାରା ବାର୍ଷିକ ୨୦୩୧୪ ଟନ୍ କାର୍ବନ ଫୁଟ ପ୍ରିଣ୍ଟ ହ୍ରାସ କରାଯାଇ ପାରିବ । ଏଥିସହ କାର୍ବନ କ୍ରୟ ବାବଦରେ ବର୍ଷକୁ ପ୍ରାୟ ୯୧.୪୧ ଲକ୍ଷ ଟଙ୍କା ଓ ଶକ୍ତି ବିଲ୍ ବର୍ଷକୁ ପ୍ରାୟ ୧୪ କୋଟି ଟଙ୍କା ସଞ୍ଚୟ ହେବ ।

ଉକ୍ତ ପ୍ରକଳ୍ପ ବାବଦକୁ ପୂର୍ବତଟ ରେଳପଥ ପ୍ରାୟ ୮୩.୭୯ କୋଟି ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି । ସେଥିରୁ ବ୍ରହ୍ମପୁର-ପଲାସା ରେଳ ସେକ୍ସନରେ ସୌରଶକ୍ତି ସ୍ଥାପନ ବାବଦରେ ପ୍ରାୟ ୦୯.୧୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଭୁବନେଶ୍ୱର-କଟକ-ପାରାଦୀପ-ଭଦ୍ରକ ରେଳ ସେକ୍ସନ ପାଇଁ ୮.୮୬ କୋଟି, ଅନୁଗୁଳ ରେଳ ସେକ୍ସନ ପାଇଁ ୯.୪୮ କୋଟି ଟଙ୍କା ବ୍ୟୟବରାଦ କରିଛି ପୂର୍ବତଟ ରେଳପଥ ।

ସେହିପରି ଭୁବନେଶ୍ୱର ମୁଖ୍ୟାଳୟ ସମେତ ନିକଟସ୍ଥ ରେଳବାଇ ଅଞ୍ଚଳ ପାଇଁ ୯.୧୦ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ଖୋର୍ଦ୍ଧା ରୋଡ଼ – ପୁରୀ ରେଳ ସେକ୍ସନ ପାଇଁ ୮.୭୪ କୋଟି, ପାରାଦୀପ-କେନ୍ଦୁଝରଗଡ ରେଳ ସେକ୍ସନ ପାଇଁ ୮.୧୦ କୋଟି, ବିଶାଖାପାଟନମ୍ ଅଞ୍ଚଳ ପାଇଁ ୭.୨୫ କୋଟି, ବିଶାଖାପାଟନମ୍ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଅଞ୍ଚଳ ପାଇଁ ୭.୧୦ କୋଟି, ଦୁଭାଡା-ପଲାସା ମୁଖ୍ୟ ଲାଇନ / ନୌପଡା-ଗୁଣୁପୁର / ବିଜୟନଗରମ-ରାୟଗଡା ଅଞ୍ଚଳ ପାଇଁ ୮.୭୮ କୋଟି ଓ କୋଟାଭାଲାସା-କିରାଣ୍ଡୁଲ ରେଳ ଲାଇନ ପାଇଁ ୭.୫୩ କୋଟି ଟଙ୍କା ବ୍ୟୟ ବରାଦ କରିଛି ପୂର୍ବତଟ ରେଳପଥ ।

 

Comments are closed.