ପୁଡୁଚେରୀ: ଚଳିତ ଦେଓଧର ଟ୍ରଫି କ୍ରିକେଟରେ ଓଡିଶା ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ବ୍ୟାଟିଂ ସତ୍ୱେ ପୂର୍ବାଂଚଳ ୫ ୱିକେଟରେ ଦକ୍ଷିଣାଂଚଳ ନିକଟରୁ ପରାଜିତ ହୋଇଛି । ଶୁଭ୍ରାଂଶୁ ୪୪ ରନ କରି ଆଉଟ ହୋଇଥିଲେ । ସେ ଦ୍ୱିତୀୟ ୱିକେଟରେ ବିରାଟ ସିଂଙ୍କ ସହ ୮୬ ରନର ପାର୍ଟନରଶିପ ସିଂଗ୍ରହ କରିଥିଲେ । ପୂର୍ବାଂଚଳ ଏହା ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶେଷ ଭାଗରେ ଆକାଶ ଦୀପ ୨୬ ବଲରେ ୪୪ ରନ କରିବା ଯୋଗୁ ଦଳ ୪୬ ଓଭରରେ ୨୨୯ ରନ କରିବାକୁ ସକ୍ଷମ ହୋଇଥିଲା । ଦକ୍ଷିଣାଂଚଳ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ୮୪ ଓ ସାଇ ସୁଦର୍ଶନଙ୍କ ୫୩ ରନ ସହାୟତାରେ ହାତରେ ୫ ଓଭର ବାକି ଥାଇ ୫ ୱିକେଟରେ ବିଜୟୀ ହୋଇଥିଲା ।
ପୂର୍ବରୁ ଉତରାଂଚଳ ବିପକ୍ଷରେ ଶୁଭ୍ରାଂଶୁ ୩୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଅଗଷ୍ଟ ୧ରେ ଖେଳାଯିବାକୁ ଥିବା ଶେଷ ରାଉଣ୍ଡ ରବିନ ଲିଗ ମ୍ୟାଚରେ ପୂର୍ବାଂଚଳ ଯଦି ପଶ୍ଚିମାଂଚଳକୁ ପରାସ୍ତ କରେ ତେବେ ଫାଇନାଲରେ ପ୍ରବେଶ କରିବ । ୨୬ ବର୍ଷୀୟ ଶୁଭ୍ରାଂଶୁଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି ।
Comments are closed.