Latest Odisha News

ମହିଳାଙ୍କ ତ୍ବାଚା ପାଇଁ ରାମବାଣ ଏହି ଚେର..ଦେଖାଯିବେ ୧୦ ବର୍ଷ ସାନ

ଭୁବନେଶ୍ବର: କୋରିଆନ୍ ମହିଳାଙ୍କ ତ୍ବାଚା ସାରା ଦୁନିଆରେ ଚର୍ଚ୍ଚିତ । ପ୍ରାୟତଃ କୋରିଆ ମହିଳାଙ୍କ ଗ୍ଲାସ୍ ସ୍କିନ୍ ଦେଖି ଆକର୍ଷିତ ହୋଇଥାନ୍ତି ଭାରତୀୟ ମହିଳା । ନିଜ ତ୍ବାଚାକୁ ମଧ୍ୟ ସେପରି କରିବା ପାଇଁ ବିଭିନ୍ନ ନୁସ୍କା ଆପଣାନ୍ତି । କେବେ ବେସନ ହଳଦି ତ, ଆଉ କେତେବେଳେ ଚାଉଳ ଗୁଣ୍ଡ ସାଙ୍ଗକୁ ଦହି, ଟମାଟର, ଲେମ୍ବୁ । ଆଉ ମହିଳାଙ୍କ ଆବଶ୍ୟକ ଦେଖି ଏମିତି ଅନେକ କିଛି ନୁସ୍କା ଆପଣାଇବାକୁ କହି ଭୂଆଁ ବୁଲାଇଥାଏ ସୋସିଆଲ ମିଡିଆ । ଯାହାକୁ ମହିଳାମାନେ ବ୍ୟବହାର ତ କରନ୍ତି, ହେଲେ ଚେହେରାରେ ସେପରି କିଛି ଫରକ୍ ବେଶୀ ଜଣାପଡେ ନାହିଁ ।

ତେବେ ଜାଣି ରଖନ୍ତୁ ସୁନ୍ଦର ତ୍ବାଚା ପାଇଁ ବାହ୍ୟ ଲେପ କିଛି ବି ଫାଇଦା ଦେବ ନାହିଁ । ହଁ ଏହା ଆପଣଙ୍କୁ କିଛି ମୂହୂର୍ତ୍ତ ପାଇଁ ଉପଶମ ଦେଇପାରେ, ହେଲେ ବେଳେ ବେଳେ କିଛି ଘରୋଇ ନୁସ୍କା ଜଣଙ୍କ ଜଣଙ୍କ ତ୍ବଚାକୁ ସୁହାଇ ନାହିଁ । ଯେମିତିକି ଲେମ୍ବୁ ଟମାଟର ଭଳି ସାଇଟ୍ରିକ୍ ଏସିଡ୍ ଥିବା ଉତ୍ପାଦ । ଯାହା ବେଳେ ବେଳେ ତ୍ବଚାରେ ଇରିଟେସନ ସୃଷ୍ଟି କରିଥାଏ ।

ଏଭଳି ସ୍ଥଳେ ସୁସ୍ଥ ତ୍ବଚା ପାଇଁ ଶରୀରକୁ ଭିତରୁ ସୁସ୍ଥ କରିବାକୁ ପଡିବ । ପ୍ରଚୁର ପାଣି ସାଙ୍ଗକୁ ଡାଏଟରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡିବ । କୋରିଆ ମହିଳାମାନେ ମଧ୍ୟ ନିଜର ସୁନ୍ଦରତା ଏବଂ ୟୁଥଫୁଲନେସକୁ ବଜାୟ ରଖିବା ପାଇଁ ନିଜର ଡାଏଟ୍ ପ୍ରତି ବିଶେଷ ଭାବେ ଧ୍ୟାନ ଦିଅନ୍ତି । ଏଥିସହିତ ସେମାନେ ତାଙ୍କ ଡାଏଟରେ ଏକ ଏଭଳି ଇନଗ୍ରିଡିଏଣ୍ଟ ବ୍ୟବହାର କରନ୍ତି, ଯାହା ତାଙ୍କ ତ୍ବାଚାକୁ ସବୁବେଳେ ଯୌବନତା ପ୍ରଦାନ କରିଥାଏ ।

ତେବେ ତାହା ହେଉଛି ଅଶ୍ବଗନ୍ଧା । କୋରିଆ ମହିଳା ଅଶ୍ବଗନ୍ଧାକୁ ତାଙ୍କ ଖାଦ୍ୟରେ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତି । ଅଶ୍ବଗନ୍ଧା ଗଛର ଚେର ତ୍ବଚା ପାଇଁ ରାମବାଣ ଭଳି କାମ କରିଥାଏ । କୋରିଆ ମହିଳାମାନେ ବହୁଳଭାବେ ଅଶ୍ବଗନ୍ଧା ଚାହା ପିଇଥାନ୍ତି । ଯାହା ସେମାନଙ୍କ ତ୍ବଚାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଯୌବନ ପ୍ରଦାନ କରିବା ସହିତ ସୁନ୍ଦର ରଖେ । ଏଥିସହିତ ଅଶ୍ବଗନ୍ଧା ଖାଇବା ଦ୍ବାରା ଏହା ଆମ ଶରୀରରେ ବ୍ଳଡ ସରକୁଲେସନ ବଢାଇବା ସହିତ ତ୍ବଚାକୁ ମଧ୍ୟ ଟାଇଟ୍ ରଖେ ।

Leave A Reply

Your email address will not be published.