Latest Odisha News

BREAKING NEWS

ଭୂକମ୍ପରେ ଥରିଲା କାଶ୍ମୀର ଘାଟି

ଜମ୍ମୁକାଶ୍ମୀର: ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ଆଜି ଭୋରୁ ଜମ୍ମୁ-କାଶ୍ମୀରର ପହଲଗାମ୍ ଅଂଚଳରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଶନିବାର ଭୋର ସମୟ ୪ଟା ୨୯ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣା ପଡ଼ିଛି।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ପହଲଗାମ ନିକଟରେ ୪ଟା ୨୯ମିନିଟରେ ମଧ୍ୟରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରକୃତ କେନ୍ଦ୍ରସ୍ଥଳ ଜଣା ପଡି ନାହିଁ। ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।

ଏହାପୂର୍ବରୁ ସୋମବାର ଦିନ ଜମ୍ମୁ-କଶ୍ମୀରରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ସକାଳ ୬ଟା ୫୪ମିନିଟରେ ହାନଲିର ୫୧କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ କମ୍ପନ ଅନୁଭୂତ ହୋଇଥିବା ଜଣା ପଡ଼ିଥିଲା। ତେବେ ଗତ କିଛି ଦିନ ମଧ୍ୟରେ ଦେଶର ଅନେକ କୋଣରେ ମୃଦୁ ଭୂମିକମ୍ପ ଅନୁଭୂତ ହେଉଥିବା ଦେଖାଯାଉଛି। ମୁମ୍ବାଇ ଓ ଦିଲ୍ଲୀରେ ଗତ ୫ମାସ ମଧ୍ୟରେ ଏକାଧିକ ଥର ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଥିଲା।

Comments are closed.