ଭୁବନେଶ୍ଵର: ସବୁଠାରୁ ଉତ୍ତମ ଖାଦ୍ୟ ମାନଙ୍କ ତାଲିକା ରେ ଅଣ୍ଡା ର ନାମ ନିଶ୍ଚିନ୍ତ ଦେଖିବାକୁ ପାଇବେ । ସ୍ୱଳ୍ପ ବ୍ୟୟ ରେ ଅଧିକ ସ୍ନେହସାର ବା ପ୍ରୋଟିନ ଯୋଗାଇପାରୁଥିବା ଖାଦ୍ୟ ମାନଙ୍କ ମଧ୍ୟରୁ ଏହା ସବୁଠାରୁ ଉତ୍ତମ ବିକଳ୍ପ । ଅଣ୍ଡା ର ଅଧା ରୁ ବେଶୀ ସ୍ନେହସାର ଏହାର ଧଳା ଅଂଶ ରେ ଦେଖିବାକୁ ମିଳିଥାଏ ଏବଂ ସେହିପରି ଏହାର କେଶର ରେ ଅଳ୍ପ ଆବଶ୍ୟକ ଫ୍ୟାଟ ସହ ଭିଟାମିନ ବି୧୨ ପ୍ରଚୁର ଭାବେ ଭରି ରହିଥାଏ । ଏହା ବ୍ୟତୀତ ଏଥିରେ ସିଲେନିୟମ, ଭିଟାମିନ ଡି, ଲୌହ ଏବଂ କପର ମଧ୍ୟ ମାତ୍ରାଧିକ ଭାବେ ଅଧିକ ରହିଥାଏ । ତେବେ ଆପଣ ଶୁଣିଥିବେ ଯେ ଅତ୍ୟଧିକ ଅଣ୍ଡା ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହୋଇଥାଏ ଏବଂ ଅନେକ ସ୍ୱାସ୍ଥ୍ୟଗତ କ୍ଷତି ମଧ୍ୟ ପହଞ୍ଚାଇଥାଏ । ଏନେଇ ଗବେଷକମାନେ ବାରମ୍ବାର ପରୀକ୍ଷା କରି ଏହି ଦାବିକୁ ଖଣ୍ଡନ କରିଛନ୍ତି । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଅଣ୍ଡା ଖାଇବା ଦ୍ୱାରା ବୟସ୍କ ବ୍ୟକ୍ତିଙ୍କ ହୃଦୟକୁ ଲାଭ ମିଳିଥାଏ । ଏପରିକି ସ୍ଵଳ୍ପାୟୁ ବା କମ୍ ବୟସରେ ମୃତ୍ୟୁ ଆଶଙ୍କା ହ୍ରାସ ପାଇଥାଏ । ଏହି ଗବେଷଣା ୮୦୦୦ରୁ ଅଧିକ ବୟସ୍କ ଲୋକଙ୍କ ନେଇ କରାଯାଇଥିଲା । ସେମାନଙ୍କର ଖାଦ୍ୟ, ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା, ସେମାନଙ୍କ ଡାକ୍ତରୀ ରେକର୍ଡ, ଖାଦ୍ୟର ମାନ ଆଦିକୁ ନେଇ ରିସର୍ଚ୍ଚ କରିଥିଲେ ।
ରିସର୍ଚ୍ଚରୁ ଜଣାପଡିଥିଲା ଯେ, ସାମଗ୍ରିକ ଭାବରେ ଯେଉଁମାନେ ଅଣ୍ଡା ଖାଆନ୍ତି ନାହିଁ କିମ୍ବା କ୍ଵଚିତ ଖାଇଥାନ୍ତି ତାଙ୍କ ତୁଳନାରେ ଯେଉଁମାନେ ସପ୍ତାହରେ ୧-୬ ଥର ଅଣ୍ଡା ଖାଉଛନ୍ତି ସେମାନଙ୍କ ମୃତ୍ୟୁର ଆଶଙ୍କା ସବୁଠାରୁ କମ୍ ଥିଲା (ହୃଦରୋଗ ମୃତ୍ୟୁ ପାଇଁ ୨୯ ପ୍ରତିଶତ କମ୍ ଏବଂ ସାମଗ୍ରିକ ମୃତ୍ୟୁ ପାଇଁ ୧୭ ପ୍ରତିଶତ କମ୍)। ବିଶେଷଜ୍ଞଙ୍କ ମତରେ, ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ଦୁଇରୁ ତିନୋଟି ଅଣ୍ଡା ଖାଇବା ଉଚିତ। ଜଣେ ସୁସ୍ଥ ବ୍ୟକ୍ତି ସପ୍ତାହରେ ୭ ରୁ ୧୦ ଟି ଅଣ୍ଡା ଖାଇପାରିବେ। ଯେଉଁମାନେ ଖେଳାଳି କିମ୍ବା ବ୍ୟାୟାମ କରନ୍ତି ସେମାନଙ୍କୁ ଅଧିକ ପ୍ରୋଟିନ୍ ଆବଶ୍ୟକ, ତେଣୁ ଏପରି ଲୋକମାନେ ଚାରି ରୁ ପାଞ୍ଚଟି ଅଣ୍ଡା ଖାଇପାରିବେ। ଯେଉଁମାନେ ପ୍ରତିଦିନ ଅଣ୍ଡା ଖାଉଛନ୍ତି, ସେମାନେ କେବଳ ଅଣ୍ଡାର ଧଳା ଅଂଶ ଖାଇବା ଉଚିତ। ଏହା ବ୍ୟତୀତ, ଯେଉଁମାନେ ହୃଦରୋଗରେ ପୀଡିତ, ସେମାନେ ଦିନକୁ ଦୁଇଟିରୁ ଅଧିକ ଅଣ୍ଡା ଖାଇବା ଉଚିତ୍ ନୁହେଁ। ଅଣ୍ଡା ଭଲ କୋଲେଷ୍ଟ୍ରଲକୁ ବଢ଼ାଇଥାଏ କିନ୍ତୁ ତଥାପି ଯେଉଁମାନଙ୍କର କୋଲେଷ୍ଟ୍ରଲ ସମସ୍ୟା ଅଛି ସେମାନେ ଅଣ୍ଡା ଖାଇବାକୁ କମ୍ କରିବା ଉଚିତ କିମ୍ବା ଡାକ୍ତରଙ୍କ ପରାମର୍ଶରେ ହିଁ ଏହାକୁ ଖାଇବା ଉଚିତ।
ଯଦି ଆପଣ ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ବା ହାର୍ଟ ଆଟାକ୍ ଆଶଙ୍କାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଅଣ୍ଡା ଖାଆନ୍ତୁ। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସପ୍ତାହରେ ଅତିକମ୍ରେ ୧୨ଟି ଅଣ୍ଡା ସେବନ କଲେ ପ୍ରିଡାଇବେଟିସ୍ ବା ଟାଇପ୍-୨ଡାଇବେଟିସ୍ ଥିବା ବ୍ୟକ୍ତି ଖାଇଲେ ହାର୍ଟ ଜନିତ କୌଣସି ସମସ୍ୟା ହେବ ନାହିଁ। ଅଣ୍ଡାରେ ୨୫ ଭାଗ ସିଲେନିୟମ ଥାଏ । ଯାହା ଆପଣଙ୍କୁ ହୃଦରୋଗ ପ୍ରତିକାରକ ଶକ୍ତି ପ୍ରଦାନ କରିଥାଏ । ଯଦି ଶରୀରରେ ଆଇରନ୍ର ମାତ୍ରା କମ୍ ଥାଏ, ତେବେ ଅଣ୍ଡାର କେଶର ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ସବୁଠୁ ଅଧିକ ଆଇରନ୍ ଥାଏ। କିଛି ଦିନ ପର୍ଯ୍ୟନ୍ତ ଖାଇଲେ ଶରୀରରେ ଆଇରନ୍ ମାତ୍ରା ଠିକ୍ ହୋଇଥାଏ। ଅଣ୍ଡାର କେଶରରେ ବାୟୋଟିନ୍ ଥାଏ। ଅଣ୍ଡାର ହଳଦିଆ ଅଂଶ ଲଗାଇଲେ କେଶ କୋମଳ ରହିଥାଏ। ଅଣ୍ଡାର ଧଳା ଅଂଶ ମୁହଁରେ ଲଗାଇଲେ ମୁହଁ ଟାଇଟ୍ ହୋଇଥାଏ। ଅଣ୍ଡାରେ ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ରେ ପ୍ରଚୁର ପରିମାଣରେ ଥାଏ। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଅଧିକାଂଶ ଡାକ୍ତର ପ୍ରତିଦିନ ଅଣ୍ଡା ଖାଇଥାନ୍ତି। ଅଣ୍ଡାରେ ଭିଟାମିନ୍ ଏ, ଡି, ବି, ଲୁଟିନ୍ ଏବଂ ବି୧୨ ପୋଷକ ତତ୍ୱ ରହିଥାଏ। ଏହି ତତ୍ୱ ଆଖି ପାଇଁ ବେଶ୍ ଲାଭଦାୟକ। ଓଜନ କମାଇବାରେ ମଧ୍ୟ ଅଣ୍ଡା ମ୍ୟାଜିକ୍ ଭଳି କାମ କରିଥାଏ। ତେଣୁ ଯଦି ଆପଣ ଓଜନ କମାଇବାକୁ ଚାହୁଁଉନ୍ତି, ଅଣ୍ଡାର ଧଳା ଅଂଶ ଖାଆନ୍ତୁ। ସେହିପରି ଯଦି ଆପଣ ମୋଟା ହେବାକୁ ଚାହୁଁଛନ୍ତି, ଅଣ୍ଡାର କେଶର ଅଂଶ ଖାଆନ୍ତୁ।
Comments are closed.