ଭୁବନେଶ୍ବର: ଆମ ଭାରତର ରୋଷେଇ ଘରେ ବ୍ୟବହାର ହେଉଥିବା ମସଲାମାନଙ୍କରେ ଅନେକ ଔଷଧୀୟ ଗୁଣ ରହିଛି । ସେଥିମଧ୍ୟରୁ ରସୁଣ ଅନ୍ୟତମ । ଏହି ରସୁଣ ଆମ ଶରୀର ପାଇଁ ବେଶ ଉପଯୋଗୀ । ଏହି ରସୁଣ ଖାଦ୍ୟର ସ୍ବାଦକୁ ଯେପରି ବଢାଇଦେଇଥାଏ ସେପରି ଶରୀର ପାଇଁ ବି ବହୁତ ଲାଭଦାୟକ ।
ତେବେ ଜାଣିଛନ୍ତି ଖାଲି ପେଟରେ କଞ୍ଚା ରସୁଣ ଖାଇବା କେତେ ଉପଯୋଗୀ । ଆସନ୍ତୁ ଜାଣିବା ଖାଲି ପେଟରେ ରସୁଣ ଖାଇଲେ କ’ଣ ଲାଭ ମିଳେ ।
ରସୁଣ ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ। ଏଥିରେ ଥିବା ସଲଫରକୁ ହାଇଡ୍ରୋଜେନ୍ ସଲଫାଇଡରେ ପରିଣତ କରାଏ । ଯାହାଦ୍ବାରା ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ ।
ଏହି ରସୁଣ ଆଣ୍ଟି-ଇଫ୍ଲେମେଟରୀ ଭଳି ଶରୀରରେ କାମ କରେ । ଆଣ୍ଠୁଗଣ୍ଠି ବା ମାଂସପେଶୀ ଯନ୍ତ୍ରଣା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଏହିସବୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ୨ରୁ ୩ କୋଲା ରସୁଣ ଖାଲି ପେଟରେ ଖାଇବା ଉଚିତ୍ ।
ଏଥିସହ ରସୁଣ ବ୍ୟାକ୍ଟେରିଆକୁ ମାରି ସ୍କିନରେ ଚମକ ଆଣିଥାଏ । କଞ୍ଚା ରସୁଣକୁ ବ୍ରଣ ଉପରେ ମାରିଲେ ବ୍ରଣରୁ ରକ୍ଷା ମିଳିଥାଏ । ଧ୍ୟାନ୍ ରଖନ୍ତୁ ରସୁଣ ସମସ୍ତ ସ୍କିନରେ ସୁଟ୍ କରେ ନାହିଁ ।
ଆମ ଶରୀରକୁ ଭାଇରସଠାରୁ ରସୁଣ ରକ୍ଷା କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ରସୁଣକୁ ଆଣ୍ଟିସେପ୍ଟିକ୍, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ ଏଜେଣ୍ଟ ଭାବରେ ବ୍ୟବହାର କରାଯାଇଥାଏ । ତେଣୁ ପ୍ରତିଦିନ ରସୁଣ ଖାଇବା ଉଚିତ୍ ।
ଶରୀରକୁ ଡିଟକ୍ସିଫାଏ କରିବା ପାଇଁ ରସୁଣକୁ ବ୍ୟବହାର କରି ପାରିବେ । ରସୁଣ ଡାଇବେଟିସ୍, ଡିପ୍ରେସନ୍, କ୍ୟାନସର୍ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ ଅର୍ଥାତ୍ ଏହି ରୋଗର ଆଶଙ୍କାକୁ କମ୍ କରିଥାଏ ।
କିପରି ରସୁଣ ଖାଇବେ..
ସକାଳେ ଦାନ୍ତ ଘଷିବା ପରେ କଞ୍ଚା ରସୁଣର ଏକ ପାଖୁଡା ଛଡ଼ାଇ ଖାଆନ୍ତୁ। ଏହାକୁ ସିଧାସଳଖ ଗିଳିହେବ କିମ୍ବା ହାଲୁକା ଭାବରେ ଚୋବେଇ ଖାଇ ପାରିବେ। ଯଦି ଆପଣଙ୍କୁ କଞ୍ଚା ରସୁଣ ଖାଇବାକୁ ଅସୁବିଧା ହେଉଛି, ତେବେ ଏହାକୁ ଏକ ଗ୍ଲାସ ଉଷୁମ ପାଣି ସହିତ ଖାଆନ୍ତୁ ।
ଯଦି ରସୁଣ ଖାଇଲେ ଆଲର୍ଜି ଅଛି ଏହାକୁ ସେବନ କରିବା ଉଚିତ୍ ନୁହେଁ। ଆହୁରି ମଧ୍ୟ ଅଧିକ ପରିମାଣରେ ରସୁଣ ଖାଇବା ଦ୍ୱାରା ପେଟରେ ଜଳାପୋଡ଼ା କିମ୍ବା ଏସିଡିଟି ହୋଇପାରେ।
Comments are closed.