Latest Odisha News

BREAKING NEWS

ଚା’ ସହ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ…

କିଛି ଲୋକଙ୍କର ଚା’ କପେ ରେ ଦିନ ଆରମ୍ଭ ହୋଇନଥାଏ  । ସମସ୍ତେ ସକାଳୁ ସକାଳୁ ଗରମ ଚା’ ପିଇବାକୁ ପସନ୍ଦ କରନ୍ତି । କିଛି ଲୋକ ସକାଳେ ବିଛଣା ଛାଡିବା ପୂର୍ବରୁ ଚା ପିଇବାକୁ ପସନ୍ଦ କରିଥାନ୍ତି। ଅର୍ଥାତ ସେମାନେ ସକାଳେ ଖାଲି ପେଟରେ ଚା ପିଇବା ପରେ ଦିନାଚାର୍ଯ୍ୟ ଆରମ୍ଭ କରିଥାନ୍ତି । ଏବେ ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ବେଡ ‘ଟି’ ର ପରମ୍ପରା ବଢିବାରେ ଲାଗିଛି । ଏହାସହ ଭାରତୀୟ ସଂସ୍କୃତିରେ ଚା ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟି ଯାଇଛି । ଘରକୁ ବନ୍ଧୁ ଆସନ୍ତୁ କି ଛକରେ ଖଟି ହେଉ ବନ୍ଧୁଙ୍କ ସହ ଚା’ ପିଇବାଟା ଧାର୍ଯ୍ୟ  ।  ଯଦି କାହାର ଚା’ ଅଭ୍ୟାସ ଅଛି ଏବଂ ସେ ଚା’ ପିଇ ନାହାଁନ୍ତି, ତେବେ ତାଙ୍କର ମୁଣ୍ଡ ବିନ୍ଧିବା ମଧ୍ୟ ଆରମ୍ଭ ହୋଇଯାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ,  ଖାଲି ପେଟରେ ଚା’ ପିଇବା ଉଚିତ୍ ନୁହେଁ। କାରଣ ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରେ। ତେବେ ଚା’ ପିଇବା ସମୟରେ ମଧ୍ୟ ତା’ସହ କ’ଣ ଖାଉଛନ୍ତି ସେ ନେଇ ମଧ୍ୟ ଧ୍ୟାନ ଦେବା ଉଚିତ।  କିଛି ଏଭଳି ଖାଦ୍ୟ ରହିଛି, ଯାହାକୁ ଚା’ ସହ ଖାଇବା ଦ୍ୱାରା ମଣିଷ ରୋଗରେ ପଡିପାରନ୍ତି। ତେଣୁ ଚା’ ସହ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ ଏବଂ ଏହା ଶରୀର ଉପରେ କିପରି ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା ସେ ସବୁ ବିଷୟରେ

 ଗରମ ସହ ଥଣ୍ଡା ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ଅନେକ ଶୁଣିଥିବେ। ତେଣୁ ଚା’ ଏକ ଗରମ ପାନୀୟ ହୋଇଥିବାରୁ ଏହା ସହ ଥଣ୍ଡା ଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ। ନଚେତ ଏହା ଆମ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ। ପେଟ ଫୁଲିବା ସହ ପେଟ ଯନ୍ତ୍ରଣା ଭଳି ସମସ୍ୟା ଉପୁଜେ।

ଅନେକ ଲୋକ ଚା’ ସହ ପକୁଡି ଖାଇବା ପାଇଁ ପସନ୍ଦ କରନ୍ତି। କେବଳ ସେତିକି ନୁହେଁ ବେସନରେ ତିଆରି ଜିନିଷ ମଧ୍ୟ ଖାଇଥା’ନ୍ତି । ଯଦି ଆପଣ ମଧ୍ୟ ଚା’ ସହ ପକୁଡି କିମ୍ବା ବେସନ ଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ତାକୁ ଖାଇବା ଆଜିଠୁ ହିଁ ବନ୍ଦ କରି ଦିଅନ୍ତୁ। କାରଣ ଏହା ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ। ଚା’ ସହ ପକୁଡି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୁଏ ଏବଂ ହଜମ ଶକ୍ତି କମିବାକୁ ଲାଗେ।

 

Leave A Reply

Your email address will not be published.