Latest Odisha News

BREAKING NEWS

ଅଧିକ ମିଠା ଖାଉଛନ୍ତି କି ?

ମିଠା ଖାଇବାକୁ କହାକୁ ବା ଭଲ ନ ଲାଗେ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ମିଠା । ଯଦି ଆପଣ ମିଠା ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏହି ମିଠା ଖାଇବା ଆପଣଙ୍କୁ ବିପଦରେ ପକାଇପାରେ । ଆଉ ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ମିଠା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ରହିଛି ।

ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଆମେ ପ୍ରତ୍ୟେକ ଦିନ ଖାଉଥିବା ଖାଦ୍ୟ  ଓ ମିଠା ପାନୀୟରେ କାର୍ବୋହାଇଡ୍ରେଟ ରହିଥାଏ । ଏହା ଶରୀର ପାଇଁ ହିତକର ହୋଇଥିଲେ ମଧ୍ୟ ଏହା ଖାଦ୍ୟରେ ଶର୍କରାର ପରିମାଣ ବୃଦ୍ଧି କରିଥାଏ  । ଫଳରେ  ହୃଦରୋଗର ଆଶଙ୍କା ବଢ଼ିଥାଏ । ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଆମର ଦୈନିକ ଆହାରରେ ୫ ପ୍ରତିଶତରୁ ଅଧିକ ଶର୍କରା ରହିଲେ ହୃଦରୋଗ ହେବାର ଆଶଙ୍କା ୭ ପ୍ରତିଶତ ବଢ଼ିଥାଏ । ୧ ଲକ୍ଷ ୧୦ ହଜାର ୪ ଶହ  ୯୭ଜଣଙ୍କୁ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ୪,୧୮୮ ଜଣଙ୍କଠାରେ ହୃଦରୋଗ ଓ ଷ୍ଟ୍ରୋକ ଉଭୟ ଦେଖିବାକୁ ମିଳିଥିବା ବେଳେ ୩,୧୩୮ ଜଣଙ୍କଠାରେ ହୃଦରୋଗ ଓ ୧,୧୨୪ ଜଣଙ୍କଠାରେ ଷ୍ଟ୍ରୋକର ଆଶଙ୍କା ଅଧିକ ଦେଖାଯାଇଥିଲା  । ୮ ପ୍ରତିଶତ ଶର୍କରାଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ ୧୭ରୁ ୨୧ ପ୍ରତିଶତ ଅଧିକ ଚିନି ଖାଉଥିବା ଲୋକଙ୍କଠାରେ ହୃଦରୋଗର ଆଶଙ୍କା ୩୮ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଥାଏ ।

 

 

Leave A Reply

Your email address will not be published.