Latest Odisha News

BREAKING NEWS

ଭାଷା ଭାଗବତ : ଶାଂତି ସଂଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ଭୋକ ଓ ଭୟ ଥିଲେ ଜୀବ
ସର୍ବଦା ବିଚଳିତ ହେବ
ଅନ୍ନାର୍ଜନ ଓ ଧନାର୍ଜନ
ଆଡ଼କୁ ଯିବ ଆପେ ମନ

ବିତ୍ତ ସହିତ ପ୍ରତିପତ୍ତି
ଦୂରେଇ ପାରେନି ବିପତ୍ତି
ଜୀବନସାରା ହଂତସଂତ
ହୁଏ ସେ ମରିବା ପର୍ଯଂତ

ଅନ୍ୟ ଉପରେ ନିୟଂତ୍ରଣ
ନୁହଇ ଉତ୍ତମ ଲକ୍ଷଣ
ତେବେ ବି ସଂଖ୍ୟାଧିକ ଲୋକ
ଦେଖଂତିନାହିଁ ଜ୍ଞାନାଲୋକ

ଧରି ଏପରି ମନୋବୃତ୍ତି
ଜୀବନ ଚଳାଇ ନିଅଂତି
ଗଣୁଥାଆଂତି ଲାଭ କ୍ଷତି
ଜାଣଂତିନାହିଁ କ’ଣ ଶାଂତି

ଚରିତ୍ର, ରୁଚି, ଭାବ, ଜ୍ଞାନ
ମନର ମୁଖ୍ୟ ଉପାଦାନ
କୌଣସି ଗୋଟେ ହେଲେ ନ୍ୟୂନ
ଘଟେ ଭାଷାର ଅବସାନ

ଧ୍ବନି ଓ ଲିପିକୁ ଆଶ୍ରୟି
ଯଦିଓ ସ୍ବଭାଷା ଚଳଇ
ଏତିକି ନୁହଇ ଯଥେଷ୍ଟ
ଏ ସତ୍ୟ ଉଜ୍ଜ୍ବଳ ଓ ସ୍ପଷ୍ଟ

ଏ ସତ୍ୟ କଲେ ଅନୁଭବ
ଭାଷା ନିଶ୍ଚୟ ଭଲ ହେବ
ବହୁସ୍ତରୀୟ ବ୍ୟବହାର
କରେ ଭାଷାକୁ ମନୋହର

Leave A Reply

Your email address will not be published.