Latest Odisha News

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଭୁବନେଶ୍ଵର: ଆଲମଣ୍ଡ, ପିସ୍ତା, ବାଦାମ ଓ କିସ୍‌ମିସ୍‌ ପରି ସମସ୍ତ ଡ୍ରାଏ ଫ୍ରୁଟ୍‌ସର ଅଲଗା ଅଲଗା ବିଶେଷତ୍ୱ ରହିଛି। ଶରୀରରେ ହେଉଥିବା ଭିଟାମିନ୍‌ର ଅଭାବକୁ ଡ୍ରାଏ ଫ୍ରୁଟସ୍‌ ପୂରଣ କରିଥା’ନ୍ତି। ଏଥିରେ ଭିଟାମିନ୍‌, ପ୍ରୋଟିନ୍‌ ଓ ପୋଷକତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି। ସେହିପରି ଏକ ଡ୍ରାଏ ଫ୍ରୁଟସ୍‌ ହେଉଛି ଅଖରୋଟ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଦୈନନ୍ଦିନ ଡାଏଟ୍‌ରେ ଅଖରୋଟକୁ ସାମିଲ କଲେ ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ ମିଳିଥାଏ। ଏହାକୁ ଖାଇଲେ କେବଳ ହାର୍ଟ ସୁସ୍ଥ ରହିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂରେଇଥାଏ ।

ଯେଉଁ ବ୍ୟକ୍ତିଙ୍କର ହାର୍ଟ ସମ୍ବନ୍ଧିତ ସମସ୍ୟା ରହିଛି ସେମାନେ ପ୍ରତ୍ୟେକ ଦିନ ଅଖରୋଟ ସେବନ କରିବା ଭଲ । ସେହିପରି ଅଖରୋଟର ନିୟମିତ ସେବନ କରିବା ଦ୍ୱାରା ହୃଦଘାତର ବିପତିକୁ ଦୂରେଇବାରେ ସାହାଯ୍ୟ କରେ । ସବୁଠାରୁ ବଡ କଥା ହେଲା ପ୍ରତ୍ୟେକ ଦିନ ଅଖରୋଟ ଖାଇବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଯିବ ନାହିଁ ।  ସେହିପରି ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଅଖରୋଟ ବହୁତ ମୂଲ୍ୟବାନ ପ୍ରମାଣିତ । ଏହାକୁ ପ୍ରତିଦିନ ବିଭିନ୍ନ ଉପାୟରେ ସେବନ କରିବା ଦ୍ୱାରା ସେବନ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।

ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଶରୀରରୁ ଖରାପ କୋଲେଷ୍ଟରଲକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ଅଖରୋଟ୍‌ରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି, ଯାହା ଆଜ୍‌ମା, ଏକ୍‌ଜିମା ଏବଂ ଆଣ୍ଠୁଗଣ୍ଠି ସମସ୍ୟାରୁ ଉପଶମ ଦେଇଥାଏ। ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଖରୋଟ। ଭିଟାମିନ୍‌-ଇ କମ୍ପ୍ଲେକ୍ସର ପ୍ରମୁଖ ଉତ୍ସ ହେଉଛି ଅଖରୋଟ, ଯାହା ଗର୍ଭବତୀଙ୍କ ପାଇଁ ବେଶ୍‌ ଉପକାରୀ।

 

Leave A Reply

Your email address will not be published.