Latest Odisha News

BREAKING NEWS

କକା, ପୁତୁରା ଲଢେଇ ଜାରୀ: ନିର୍ବାଚନ ଚିହ୍ନ ଫ୍ରିଜ କଲେ ଇସି

ପାଟନା: ଲୋକ ଜନଶକ୍ତି ପାର୍ଟିରେ କକା ଓ ପୁତୁରା ଲଢ଼େଇର ସମାଧାନ ହୋଇପାରୁ ନ ଥିବାରୁ ଶେଷରେ ରଦ୍ଦ ହୋଇଯାଇଛି ନିର୍ବାଚନ ଚିହ୍ନ । ନିର୍ବାଚନ କମିଶନ ଚିରାଗ ପାଶୱାନ ଏବଂ କକା ପଶୁପତି ପାରସଙ୍କ ବିବାଦର ସମାଧାନ ହୋଇପାରୁ ନ ଥିବାରୁ ଶେଷ ରାୟ ଆସିବା ପର୍ଯ୍ୟନ୍ତ ଚିହ୍ନକୁ ଫ୍ରିଜ କରି ଦେଇଛନ୍ତି ।

ଏବେ ୨ଟି ଖାଲି ପଡିଥିବା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଥିବା ବେଳେ ଇସିଙ୍କ ନିଷ୍ପତି ଏଲଜେପିକୁ ହରଡଘଣାରେ ପକାଇ ଦେଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନରେ ୫ଜଣ ଏମପି ଚିରାଗଙ୍କଠାରୁ ଅଲଗା ହୋଇ ପଶୁପତି କ୍ୟାମ୍ପରେ ସାମିଲ ହୋଇଥିଲେ । ପରେ ପଶୁପତି ନିଜକୁ ଦଳର ଅଧ୍ୟକ୍ଷ ଘୋଷଣା କରିଥିଲେ ।

Comments are closed.