Latest Odisha News

BREAKING NEWS

ଅଗଷ୍ଟ ୧୫ରୁ ଏସ୍‌ସିବିରେ କାର୍ଯ୍ୟକ୍ଷମ ହେବ ଏକମୋ ଚିକିତ୍ସା

ଭୁବନେଶ୍ବର : କଟକ ବଡ଼ ମେଡିକାଲ୍‌ରେ ଲାଗିବ ଏକ୍‌ମୋ ମେସିନ । ଏସସିବି ମେଡିକାଲରେ ୯ଟି ଏକମୋ ମେସିନ୍ ଲାଗିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ ଆସବାକୁ ଥିବା ୯ଟି ,କମୋ ମେସିନକୁ ଏସ୍‌ସିବି ମେଡିକାଲ୍‌ରେ ଲଗାଯିବ । ସେହିପରି ଏହି ୯ଟି ଏକ୍‌ମୋ ମେସିନ୍‌ ମଧ୍ୟରୁ ୬ଟିକୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ କିଣାଯିବ । ବାକି ୩ଟି ମେସିନ୍‌ ସିଏସ୍‌ଆର୍‌ ପାଣ୍ଠିରୁ କିଣାଯିବ ବୋଲି ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ଏକ୍‌ମୋ ମେସିନ୍ ପରିଚାଳନା ପାଇଁ ବିଶେଷଜ୍ଞଙ୍କୁ ମଧ୍ୟ ଚୟନ କରାଯାଇଛି । ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାପରେ ଅଗଷ୍ଟ ୧୫ ତାରିଖରୁ ଏସସିବିରେ ଏହି ୯ଟି ଏକମୋ ମେସିନ୍ କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ ଏକମୋ ଚିକିତ୍ସା ପାଇଁ ସୁବିଧା ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ପଡୁଥିଲା । ଏଥିପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ଲକ୍ଷାଧିକ ଟଙ୍କା ଖରଚ୍ଚ କରିବାକୁ ପଡୁଥିଲା । ଏବେ ଏସସିବିରେ ଏହି ମେସିନ ଲାଗିବା ପରେ ଏକମୋ ଚିକିତ୍ସା ଦରକାର କରୁଥିବା ଗୁରୁତର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

Leave A Reply

Your email address will not be published.