Latest Odisha News

BREAKING NEWS

ଭଦ୍ରକର ଅଭିଷେକଙ୍କୁ ଆବଶ୍ୟକ ଇକମୋ ଚିକିତ୍ସା, ସାହାଯ୍ୟ ପାଇଁ ପରିବାରର ନିବେଦନ

ଭଦ୍ରକ: ବାସୁଦେବପୁର ଅଂଚଳର ଅଭିଷେକ ମହାପାତ୍ର ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବାନୁସାରେ ତାଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକ । ଏଥି ପାଇଁ ତାଙ୍କୁ କୋଲକାତାକୁ ଏୟାରଲିଫ୍ଟ କରାଯିବ । ଏଥି ପାଇଁ ପ୍ରାୟ ଏକ କୋଟି ଟଙ୍କାର ଆବଶ୍ୟକତା ରହିଛି । ଏଥି ପାଇଁ ଆର୍ଥିକ ସହାୟତା କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

ଅଭିଷେକଙ୍କର ଗତ ମାସରେ ବିବାହ ହୋଇଛି । ଏୟାର ଲିଫ୍ଟ ଓ ଚିକିତ୍ସା ବାବଦକୁ ଆବଶ୍ୟକ ଟଙ୍କା ସାହାଯ୍ୟ ଆକାରରେ ମିଳିଲେ ସେ ସୁସ୍ଥ ହୋଇ ପାରିବେ ବୋଲି ଆଶା ରଖିଛନ୍ତି ପରିବାର ଲୋକେ । ଗଓଖଖଇଇଚ ଆପ୍ ଜରିଆରେ ବି ସାହାଯ୍ୟ ମଗାଯାଇଛି ।MILAAP.ORG/fundrisers/Support/ ABHISEKH-MOHAPATRA କୁ ଯାଇ ସହାୟତା କରିହେବ ।
ଏହା ବ୍ୟତୀତ ଫୋନ ନମ୍ବର ୯୫୮୩୫୯୬୮୮୬ ଗୁଗୁଲ ପେ କିମ୍ବା ଫୋନ ପେ ଜରିଆରେ ବି ସହାୟତା କରିପାରିବେ ।

Comments are closed.