Latest Odisha News

BREAKING NEWS

ଜୁନ୍‌ରୁ ସୁଧୁରିବ ଅର୍ଥନୀତି; ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: କରୋନାର ପ୍ରଥମ ଏବଂ ଦ୍ବିତୀୟ ତରଙ୍ଗର ପ୍ରଭାବ ଯୋଗୁ ଦେଶର ଅର୍ଥନୀତି ଏକରକମ ଅଚଳ ହୋଇଯାଇଛି। ପ୍ରଥମ ଲହର ପରେ ଦେଶର ଅର୍ଥନୀତି ସ୍ବଚ୍ଛଳ ଅବସ୍ଥାକୁ ଫେରୁଥିବା ବେଳେ ମହାମାରୀର ଦ୍ବିତୀୟ ଲହର ଏହା ଉପରେ ପୁଣି ଭାରୀ ପଡ଼ିଛି।

କିଛିଦିନ ତଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ପୂର୍ବାନୁମାନକୁ ୯.୫ ପ୍ରତିଶତକୁ ହ୍ରାସ କରିଛନ୍ତି।

ତେବେ ପୁଣି ସୁଧୁରିଯିବ ଦେଶର ଆର୍ଥିକ ସ୍ଥିତି। ଏ ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର କହିଛନ୍ତି ଯେ ଦେଶରେ ଅର୍ଥନୀତିର ସୁଧାର ପୁଣି ଥରେ ଆରମ୍ଭ ହେବ ଏବଂ ଏହା ଜୁନ୍‌ରୁ ଆରମ୍ଭ ହେବ। ଅର୍ଥନୀତି ସୁଧୁରିବା ପରେ ଅଭିବୃଦ୍ଧିର ପୂର୍ବାନୁମାନ କରାଯିବ।

Comments are closed.