Latest Odisha News

BREAKING NEWS

ସର୍ବ ଭାରତୀୟ ରେଲୱେ ପେଣ୍ଟିଂସ: ପୂର୍ବତଟ ରେଳବାଇ କର୍ମଚାରୀ ପୁଣି ଜିତିଲେ ପ୍ରତିଯୋଗିତା

ଭୁବନେଶ୍ୱର: ସର୍ବଭାରତୀୟ ରେଲୱେ ପେଣ୍ଟିଂସ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ କର୍ମଚାରୀ କ୍ରମାଗତ ଭାବେ ଦ୍ୱିତୀୟଥର ଲାଗି ଶ୍ରେଷ୍ଠସ୍ଥାନ ଅଧିକାର କରିଛନ୍ତି ।

ରେଳବାଇ ବୋର୍ଡ ଦ୍ୱାରା ଗୌହାଟୀ ଠାରେ ଅନୁଷ୍ଠିତ ସର୍ବଭାରତୀୟ ରେଳବାଇ ପେଣ୍ଟିଙ୍ଗସ ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥ ପୂର୍ବତଟ ରେଳପଥ ମୁଖ୍ୟାଳୟ କର୍ମଚାରୀ ଶ୍ୟାମସୁନ୍ଦର ଆଚାରୀ କ୍ରମାଗତ ଭାବେ ଦ୍ଵିତୀୟଥର ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀ ଆଚାରୀଙ୍କ ପେଣ୍ଟିଙ୍ଗସ ସବୁ ମହଲ ରେ ଉଚ୍ଚ ପ୍ରସଂଶିତ ହୋଇପାରିଛି । ପ୍ରକୃତି ମଧ୍ୟରେ ପର୍ବତମାଳା ଓ ନଦୀ ସହିତ ରେଳ ବିଷୟବସ୍ତୁ ଉପରେ ଆଧାରିତ ଏହି ପେଣ୍ଟିଙ୍ଗସ ଅତି ନିଖୁଣ ଭାବେ ଦର୍ଶାଯାଇଅଛି ।

ଏହି ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷରୁ ବିଭିନ୍ନ ରେଳ ଜୋନ୍ରୁ ସମୁଦାୟ ୨୪ ଜଣ ରେଳ କର୍ମଚାରୀ ଉକ୍ତ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଗତବର୍ଷ ରେଳବାଇର ପ୍ରଥମଥର ପାଇଁ ନାଗପୁରଠାରେ ଆୟୋଜିତ ହୋଇଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ଟ୍ରାନ୍ସଫରମିଂ ରେଳୱେଜ ବିଷୟବସ୍ତୁ ଉପରେ ଆଧାରିତ ଅତ୍ୟାଧୁନିକ ବୁଲେଟ ଟ୍ରେନ ପ୍ରଯୁକ୍ରିବିଦ୍ୟା ସହ ଗାନ୍ଧିଜୀଙ୍କ ଦେଶ ସ୍ୱାଧୀନତା ପୂର୍ବର ରେଳଯାତ୍ରାର ପ୍ରତିକୃତିକୁ ଅତି ନିଖୁଣ ଭାବେ ତାଙ୍କ ପେଣ୍ଟିଙ୍ଗସରେ ଉପସ୍ଥ କରିଥିଲେ ଯାହାକି ସମଗ୍ର ଦେଶରେ ବହୁଳଭାବେ ପ୍ରସାରିତ ହୋଇଥିଲା । ଗଂଜାମ ଜିଲ୍ଲାର ପାରଳା ନିବାସୀ ଶ୍ରୀ ଆଚାରୀ ୨୦୦୮ ମସିହାରୁ ପୂର୍ବତଟ ରେଳପଥରେ କାର୍ଯ୍ୟ କରୁଛନ୍ତି ।

ଶ୍ରୀ ଆଚାରୀ ମଧ୍ୟ ପୂର୍ବରୁ ରାଜ୍ୟସରକାର ଓ ବିଭିନ୍ନ ସଂସ୍ଥା ମାନଙ୍କ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗନେଇ ଉଚ୍ଚ ପ୍ରସଂଶିତ ହୋଇଛନ୍ତି । ତାଙ୍କର କଳାକୃତି ମଧ୍ୟରେ କବିର ରେଖାଚିତ୍ରଣ ଓ ଅଳଙ୍କୃତ ଚିତ୍ରାକାର୍ଯ୍ୟ ସହିତ ବାସ୍ତବବାଦୀ ଓ ଯଥାର୍ଥବାଦୀ ଦୃଷ୍ଟିକୋଣ ମିଶ୍ରଣର ଏକ ସୃଜନଶକ୍ତି ସମ୍ପନ୍ନ ଯାହାକି ସମସ୍ତଙ୍କ ଦ୍ୱାରା ପ୍ରସଂଶିତ ହୋଇପାରିଛି ।

Leave A Reply

Your email address will not be published.