Latest Odisha News

BREAKING NEWS

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା ଓଡ଼ିଆ ସିନେମା ‘ଖୁସି’ର ଟ୍ରେଲର୍

ଭୁବନେଶ୍ୱର : ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଆଗାମୀ ଫିଲ୍ମ ‘ଖୁସି-ଇଟ୍ସ ନଟ୍ ଏ ଫେରୀ ଟେଲ୍’ ର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି ।

ସିନେମାର ଟ୍ରେଲରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଥିବା ବେଳେ ଖୁବଶୀଘ୍ର ଏହା ବଡ ପରଦାରେ ରିଲିଜ ହେବାକୁ ଯାଉଛି ।

ସବୁଦିନ ପରି ସ୍କୁଲକୁ ଯାଉଥିବା ଖୁସିର ମୁହଁରୁ ହଠାତ୍ ହସ ଲିଭିଯାଇଛି, ଖୁସିକୁ କେହି ଅପହରଣ କରିଛନ୍ତି । ପରେ ଖୁସି ପୈଶାଚିକ ଭାବେ କିଛି କାମାନ୍ଧଙ୍କ ବଳାତ୍କାରର ଶିକାର ହୋଇଛି । ମୁର୍ମୂଷୁ ଅବସ୍ଥାରେ ଖୁସିକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଖୁସି ମାନସିକ ଭାବେ ଅସୁସ୍ଥ ହୋଇପଡ଼ିଛି । ତା’ଜୀବନରେ ସବୁଠୁ ଭଲ ପାଉଥିବା ନିଜର ପ୍ରିୟ ବାପାକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ଲାଗିଛି । ଖୁସି ଆଖିରେ ସବୁ ପୁରୁଷ ଲୋକ ଏକ ହୋଇଯାଇଛନ୍ତି । ଖୁସିର ବାପାଙ୍କୁ ଏହା ଗଭୀର ଭାବେ ଦୁଃଖିତ କରିଛି । ଏହି ଚଳଚ୍ଚିତ୍ରରେ ଖୁସିକୁ ତା ବାପା କିପରି ଭୟମୁକ୍ତ କରିଛନ୍ତି ଏହା ନିଖୁଣ ଭାବେ ଅଭିନୟ ମାଧ୍ୟମରେ ଦର୍ଶାଯାଇଛି ।

ଏବେ ଏହି ଭିନ୍ନ ସ୍ୱାଦର ଓଡ଼ିଆ ସିନେମାର ଟ୍ରେଲର୍ ରିଲିଜ୍ ହେବା ପରେ ସୋସିଆଲ ମିଡ଼ିଆରେ ସ୍ୱଳ୍ପ ସମୟର ଟ୍ରେଲରଟି ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ୍ ମିଡ଼ିଆରେ ଦର୍ଶକ ଏହି ସିନେମାର ରିଲିଜକୁ ଅପେକ୍ଷା କରିଥିବା ବେଳେ ଦର୍ଶକ ମହଲରେ ଏହା ବହୁଳ ଭାବେ ପ୍ରଶଂସିତ ହୋଇପାରିଛି ।

ଏହି ଚଳଚ୍ଚିତ୍ରରେ ଭେଟେରାନ୍ ଆକ୍ଟର ମିହିର ଦାସ, ସରୋଜ ପରିଡା,ଐଶ୍ୱର୍ଯ୍ୟା (ଶିଶୁ କଳାକାର), ମଧୁମିତା, ସୋମା ଭୌମିକ, କୁନାଲ ଏବଂ କାବ୍ୟା କିରଣ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।

ସିନେମାର କାହାଣୀ ଓ ନିର୍ଦ୍ଦେଶନା ତାପସ ସରଘରିଆ ତୁଲାଇଥିବା ବେଳେ ସଙ୍ଗୀତ ଭାର ସମ୍ଭାଳିଛନ୍ତି ବିଭୂତି ପଟ୍ଟନାୟକ ।

Leave A Reply

Your email address will not be published.