Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସପ୍ତମ ସମନ ପଠାଇଲା ଇଡି, ଫେବୃଆରୀ ୨୬ରେ ହାଜର ହେବାକୁ ଅପିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସପ୍ତମ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଫେବୃଆରୀ ୨୬ ତାରିଖ ଅର୍ଥାତ୍ ସୋମବାର ପୂର୍ବରୁ ଇଡିରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନରେ କୁହାଯାଇଛି ।

ଏହା ପୂର୍ବରୁ ଇଡିର ୬ଟି ସମନକୁ ବେଖାତିର କରିସାରିଛନ୍ତି ଆପ୍ ମୁଖ୍ୟ । ଗୋଟିଏ ବି ସମନର ଉତ୍ତର ଦେଇ ଇଡି ରେ ହାଜର ହୋଇନାହାନ୍ତି । ୬ଟି ଯାକ ସମନକୁ କେଜ୍ରିଓ୍ୱାଲ ବେଆଇନ ଓ ରାଜନୈତିକ ଷଡଯନ୍ତ୍ର ବୋଲି କହି ଏଡାଇ ଦେଇଛନ୍ତି ।

ଅନ୍ୟପଟେ ବାରମ୍ବାର ସମନ ପଠାଇବା ପରେ ବି ଆପ୍‌ ସୁପ୍ରିମୋ କେଜ୍ରିଓ୍ୱାଲ ହାଜର ନ ହେବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏହି ମାମଲା ଏବେ କୋର୍ଟରେ ରହିଛି, ତେଣୁ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦଳୀୟ ନେତା କହିଥିଲେ ।

ଗତ ଫେବୃଆରୀ ୧୪ ତାରିଖରେ ଇଡି କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରି ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ କହିଥିଲା । ହେଲେ କେଜ୍ରିୱାଲ୍‌ ହାଜର ହୋଇନଥିଲେ । ତେଣୁ ଆଜି ପୁଣି ଥରେ ଇଡି ତାଙ୍କୁ ସମନ ଜାରି କରି ଡକାଇଛି ।

Leave A Reply

Your email address will not be published.