Latest Odisha News

BREAKING NEWS

ଫସିଗଲେ କି ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିକାଂଶ ସିନିୟର ଖେଳାଳି ରଣଜୀ ଟ୍ରଫି ନ ଖେଳିବା ପାଇଁ ବିଭିନ୍ନ ପ୍ରକାର ଡ୍ରାମା କରି ଆସୁଛନ୍ତି । ଏହାକୁ ଦେଖି ବିସିସିଆଇ ସେକ୍ରେଟାରୀ ଜୟ ଶାହ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ ବୋଲି କହିଥିଲେ । ଏହା ସତ୍ୱେ ଈଶାନ କିଶାନ ଓ ଶ୍ରେୟାଶ ଆୟାର ବିଭିନ୍ନ ଆଳ ଦେଖାଇ ଏହାଠାରୁ ଦୂରେଇ ରହିଛନ୍ତି । ଖରାପ ଫର୍ମ ଯୋଗୁ ଶେୟାଶ ଆୟାରଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ୩ଟି ମ୍ୟାଚରୁ ବାଦ ଦିଆଯାଇଥିଲା । ତାଙ୍କୁ ରଣଜୀ ଖେଳିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ତେବେ ଆଘାତ ସମସ୍ୟା ଦର୍ଶାଇ ସେ ରଣଜୀଠାରୁ ଦୂରେଇ ରହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ବିସିସିଆଇକୁ ଲେଖା ଯାଇଥିବା ଏକ ପତ୍ରରେ ଏନସିଏ ଆୟାର ସମ୍ପୂର୍ଣ୍ଣ ଭାବେ ଫିଟ ଅଛନ୍ତି ବୋଲି ଉଲ୍ଲେଖ କରାଯାଇଛି । ଯାହାକି ତାଙ୍କ ସମସ୍ୟା ବଢ଼ାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଏନସିଏର ଖେଳ ବିଜ୍ଞାନ ଓ ମେଡିସିନ ପ୍ରମୁଖ ନିତିନ ପଟେଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଶ୍ରେୟାଶଙ୍କର କୌଣସି ଆଘାତ ସମସ୍ୟା ନାହିଁ ।

Leave A Reply

Your email address will not be published.